lika

ନଭେମ୍ବରରେ ରଜତ ଜୟନ୍ତୀ ପାଳନ କରିବ ‘ନଟରାଜ’

gbag

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନଟରାଜ କଳା ପରିଷଦର ଏକ ବିଶେଷ ସଭା ଅନୁଷ୍ଠାନର ସଭାପତି ହରିନାରାୟଣ ପୂଜାରୀଙ୍କ ସଭାପତିତ୍ୱରେ ତଥା ଚେୟାରମେନ୍‌ ଡ. ଶ୍ରୀକର ମିଶ୍ର, ସମ୍ପାଦକ ପ୍ରହଲ୍ଲାଦ ଦର୍ଜୀ, କାର୍ଯ୍ୟକାରୀ ସଭାପତି ସତ୍ୟବ୍ରତ ଆଚାର୍ଯ୍ୟ, ଆବାହକ ରାମ ପ୍ରସାଦ ଦାଶ, ମୁଖ୍ୟ ଉପଦେଷ୍ଟା ହିମାଂଶୁ ଶେଖର ପାଢୀ, ସଂଯୋଜକ ଲଳିତ ପୂଜାରୀ, ଯୁଗ୍ମ ସଂପାଦକ କିଶୋର ଜାଲ, କୋଷାଧ୍ୟକ୍ଷ ଯତୀନ୍ଦ୍ର ପଟେଲଙ୍କ ଉପସ୍ଥିତିରେ ଓ ପ୍ରାୟ ସମସ୍ତ ସଦସ୍ୟମାନଙ୍କ ଯୋଗଦାନରେ ସ୍ଥାନୀୟ ଶ୍ରମିକ ମଙ୍ଗଳ ଭବନରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ୨୫ ବର୍ଷ ପୂର୍ତ୍ତି ଅବସରରେ ଚଳିତ ବର୍ଷ ନଭେମ୍ବର ମାସରେ ନଟରାଜ କଳା ପରିଷଦ ରାଜତ ଜୟନ୍ତୀ ପାଳନ କରିବାକୁ ଏହାକୁ ସ୍ଥିର କରାଗଲା । ଏଥି ନିମନ୍ତେ ନାଟକ ଓ ଲୋକ ନୃତ୍ୟ କାର୍ଯ୍ୟକ୍ରମର ଆୟୋଜନ ଉପରେ ପୁଣିଥରେ ଦୋହରା ଯାଇଥିଲା । ନାଟକ ନିମନ୍ତେ କଳାକାର ଚୟନ ପ୍ରକ୍ରିୟା ସମାପ୍ତ ହୋଇଥିବା ଓ ରିହାଲସେଲ ଆରମ୍ଭ ହୋଇଥିବା ନିର୍ଦ୍ଦେଶକ ଅଧ୍ୟାପକ ପ୍ରଶାନ୍ତ ଖମାରୀ ସୂଚିତ କରିଥିଲେ । ପୂର୍ବରୁ ପ୍ରଶାନ୍ତ ଖମାରୀଙ୍କ ନିର୍ଦ୍ଦେଶନାରେ କୋଶଲୀ ଅପେରା ଦୁଃଖ ସିନ୍ଦୁର କେ ଲୁହୁ ଅଲତା, ଏକତା ନାଟ୍ୟ ଉତ୍ସବରେ ଓଡିଆ ନାଟକ ଚାଲ ଆମେ ପାହାଡ ଚଢିବା, କୋଶଲୀ ନାଟକ ଗର୍‌ରା, ହିନ୍ଦୀ ନାଟକ ଇଚ୍ଛାଧାରୀ ନାଗ, ଆମେ ହଁସାମୁ ନାଟ ଯାତ୍ରାରେ ଦୁଇଟି କୋଶଲୀ ନାଟକ ଦୂରବିନ ଓ ଏ ଫୁଲ, ୨୦୧୪ ମସିହାରେ ୬ଟି କୋଶଲୀ ନାଟ ଆମ୍ରପଲ୍ଲୀ, କର୍ଣ୍ଣ, ଫେକାରୀ, ବାଗ୍‌ଡି, ଦୂରବିନ ଓ ଛୁଆ ବୁଢା ଏପରି ଭାରତ ବର୍ଷର ବିଭିନ୍ନ ମଂଚରେ ନଟରାଜ କଳା ପରିଷଦ ୫୬ଟି ନାଟକ ପରିବେଷଣ କରିଥିବା ବିଷୟରେ ଆବାହକ ରାମପ୍ରସାଦ ଦାଶ ସୂଚନା ପ୍ରଦାନ କରିଥିଲେ । ରଜତ ଜୟନ୍ତୀ ଅବସରରେ ଛଅଟି ସୁନ୍ଦର ପାଖୁଡା (ୱିଙ୍ଗସ୍‌) ୬ ରୂପରେ ଛଅଟି ନାଟକ ନଟରାଜ କଳା ପରିଷଦ ଉପହାର ଦେବ । ଅଧ୍ୟାପକ ପ୍ରଶାନ୍ତ ଖମାରୀଙ୍କ ନିର୍ଦ୍ଦେଶନାରେ ତଥା ମଧୁସୁଦନ ନାୟକ ଓ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ସହ ନିର୍ଦ୍ଦେଶନାରେ କୋଶଲୀ ଭାଷାରେ ଦେବରାଜ ସାହୁଙ୍କ ଦ୍ୱାରା ଲିଖିତ ପୌରାଣିକ ନାଟକ ‘ଯଯାତି’ ଓ ଐତିହାସିକ ନାଟକ ‘ପୃଥ୍ୱୀରାଜ’, ଓଡିଆ ଭାଷାରେ ଦିନେଶ ଦାଶଙ୍କ ଲିଖିତ ଓ କୋଶଲୀ ଭାଷାରେ ଦେବରାଜ ସାହୁଙ୍କ ଦ୍ୱାରା ଅନୁବାଦିତ ବାସ୍ତବଧର୍ମ ନାଟକ ‘ଅ..ଆ…ଇ’, ଅଶୋକ ବହିଦାରଙ୍କ ଦ୍ୱାରା ଲିଖିତ ମାନବବାଦୀ ନାଟକ ‘ଘା’ ଓ ଚୁଡାମଣୀ ରଥଙ୍କ ଦ୍ୱାରା ଲିଖିତ ସାମାଜିକ ନାଟକ ‘ଆଶାପୁର ନୁ ଆମେରିକା’ ଓ କୋଶଲୀ ନୃତ୍ୟ ବାଟିକା ‘ନାବକେଲୀ’ କୋଶଲ କଳା ମଣ୍ଡପରେ ପରିବେଶିତ ହେବ ।

babaa
Leave A Reply

Your email address will not be published.