ଯଦି ଆପଣ ଜଣେ ନର୍ସ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି…

  • ସୁଶ୍ରୀ ସ୍ନେହଲତା

ଯଦି ଆପଣ ଜଣେ ନର୍ସ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି, ତେବେ ଏହା ନିଶ୍ଚିତ ଯେ ଆପଣ ବିଶେଷ ସୌଭାଗ୍ୟ ନେଇ ଧରାପୃଷ୍ଠରେ ଜନ୍ମଗ୍ରହଣ କରିଛନ୍ତି । କୁହାଯାଏ, ମାନବ ସେବା, ମାଧବ ସେବା । ସିଧାସଳଖ ମାନବ ସେବାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିଥିବା ଯୋଗୁଁ ସମାଜରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଆପଣଙ୍କ ହାତରେ । ଯେଉଁ ମହିଳାମାନେ କେବଳ ଅର୍ଥ ଲାଳସାରେ ଏହି ବୃତ୍ତିକୁ ଆପଣାଇଛନ୍ତି, ସେମାନଙ୍କ ପାଇଁ ହୁଏତ ଏହି ଉକ୍ତି ଉପାଦେୟ ଓ ଯୁକ୍ତିଯୁକ୍ତ ହୋଇ ନପାରେ । କିନ୍ତୁ ଯେଉଁମାନେ ନିଜର ରୁଚି, ଆନ୍ତରିକ ଇଚ୍ଛାଶକ୍ତି ଓ ସେବା ମନୋଭାବକୁ ନେଇ ଏହି ବୃତ୍ତିକୁ ଆସିଛନ୍ତି, ସେମାନଙ୍କ ପାଇଁ ଏହି ଲେଖାଟି ନିଶ୍ଚିତ ଭାବେ ଯୁକ୍ତିଯୁକ୍ତ । ଯେଉଁମାନେ ନିଜର ରୁଚି, ଆନ୍ତରିକ ଇଚ୍ଛାଶକ୍ତି ଓ ସେବା ମନୋଭାବକୁ ନେଇ ଏହି ବୃତ୍ତିକୁ ଆସିଛନ୍ତି, ସେମାନଙ୍କ ପାଇଁ କିଛି ଟିପ୍ସ ଉପରେ ଆସନ୍ତୁ ନଜର ପକାଇବା ।

  • ଆପଣ ଜଣେ ନର୍ସ । ମାନବର ଅସୁସ୍ଥତା ସମୟରେ ଆପଣ ସେବା ପ୍ରଦାନ କରି ତାକୁ ସୁସ୍ଥତା ପ୍ରଦାନ କରୁଛନ୍ତି । ଏହି ସେବା ପରମ ସେବା ଭାବେ ସମାଜରେ ଗଣାଯାଏ ।
  • ଅସୁସ୍ଥ ମାନବ ପ୍ରତି ସମବେଦନା ତଥା ଉଚିତ ବ୍ୟବହାର ପ୍ରଦର୍ଶନ ଔଷଧ ଭଳି ଅତ୍ୟନ୍ତ ଆବଶ୍ୟକ । ଏଥିପ୍ରତି ଧ୍ୟାନ ଦେବା ଉଚିତ ।
  • ଆପଣଙ୍କ ଶାନ୍ତ ଓ ନମନୀୟ ସ୍ୱଭାବ ଆପଣଙ୍କ ବୃତ୍ତି ପାଇଁ ଅଳଙ୍କାର ସଦୃଶ ।
  • ଜଗତ୍‌ସ୍ରଷ୍ଟାଙ୍କ ଅପାର କରୁଣାରୁ ଆପଣ ଏହି ବୃତ୍ତି ପ୍ରାପ୍ତ ହୋଇଛନ୍ତି । ଏହାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରନ୍ତୁ ।
  • ମାନବ ସମାଜ ପ୍ରତି ଆପଣଙ୍କ ଅବଦାନ ଅତୁଳନୀୟ । ନିଜକୁ ସମାଜ ପ୍ରତି ସମର୍ପିତ ହେବା ଦିଗରେ ପ୍ରସ୍ତୁତ କରାନ୍ତୁ ।
Leave A Reply

Your email address will not be published.