ହାଇକୋର୍ଟ ନିର୍ଦ୍ଦେଶ ଦେଲେ ବଢ଼ିବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ରେଜିଷ୍ଟ୍ରେସନ୍ ସୀମା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆବଶ୍ୟକୀୟ ଭିତ୍ତିଭୂମି ନଥାଇ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ୍ (ଏଚ୍‌ଏସ୍‌ଆର୍‌ପି) ଲଗାଇବା ପାଇଁ ସମୟ ସୀମା ଧାର୍ଯ୍ୟ କରାଯିବା ପ୍ରସଙ୍ଗରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ପରେ ପରିବହନ ବିଭାଗ କଟକଣା କୋହଳ କରିବାକୁ ଚିନ୍ତା କରୁଛି । ଏନେଇ ପରିବହନ କମିଶନର ଅରୁଣ ବୋଥ୍ରା କହିଛନ୍ତି ଯେ, ହାଇକୋର୍ଟ ନିର୍ଦ୍ଦେଶ ଦେଲେ ନମ୍ବର ପ୍ଲେଟ ଲଗାଇବା ନେଇ ସମୟ ସୀମାକୁ ବୃଦ୍ଧି କରାଯିବ । କେବଳ ଆମ ରାଜ୍ୟରେ ଏଚ୍‌ଏସ୍‌ଆର୍‌ପି ଲାଗୁନି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପ୍ରାୟ ୨୬ଟି ରାଜ୍ୟରେ ଏହାକୁ ବାଧ୍ୟତାମୂଳକ କରାଯାଇଛି । ଏହି କ୍ରମରେ ଓଡ଼ିଶାରେ ମଧ୍ୟ ଏଚ୍‌ଏସ୍‌ଆର୍‌ପି ଲଗାଯାଉଛି । ଏତେ ବଡ଼ ମାତ୍ରାରେ ଏହି ପ୍ରକ୍ରିୟା ଚାଲିଥିବାରୁ ଲୋକଙ୍କୁ ଏଥିରେ ସମସ୍ୟା ହୋଇପାରେ । ତେବେ ସମସ୍ୟାର ସମାଧାନ ପାଇଁ ୨୪ ଘଣ୍ଟିଆ ଗ୍ରାହକ ସେବା କେନ୍ଦ୍ର ଖୋଲାଯାଇଛି । ସେହିପରି ଆଗାମୀ ଦିନରେ ରାଜ୍ୟରେ ବି କାର୍‌ର ପଛ ସିଟରେ ବସୁଥିବା ବ୍ୟକ୍ତି ସିଟ ବେଲଟ ଲଗାଇବା ବାଧ୍ୟତାମୂଳକ ହେବ ବୋଲି ଶ୍ରୀ ବୋଥ୍ରା କହିଛନ୍ତି ।

Leave A Reply

Your email address will not be published.

error: Content is protected !!