ମଣ୍ଡଳରେ ଶିକ୍ଷାବିତ ତଥା ବିଶିଷ୍ଟ ସମାଜସେବୀ ଅଭୟ କୁମାର ଠାକୁରଙ୍କ ୧୧୧ତମ ଜୟନ୍ତୀ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ ମଣ୍ଡଳ ପଞ୍ଚାୟତ ମଣ୍ଡଳ ଗ୍ରାମର ପୂର୍ବତନ ଅବସରପ୍ରାପ୍ତ ଶିକ୍ଷକ ତଥା ବିଶିଷ୍ଟ ସମାଜସେବୀ ଅଭୟ କୁମାର ଠାକୁରଙ୍କ ୧୧୧ତମ ଜୟନ୍ତୀ ମହାସମାରୋହରେ ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଅଭୟ କୁମାର ଠାକୁର ସ୍ମୃତି ସମିତି ଓ ଯୁବକ ମଣ୍ଡଳଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ବେଲପଡା ବ୍ଲକ ଉପାଧ୍ୟକ୍ଷ ଦୂର୍ଯ୍ୟୋଧନ କୁମ୍ଭାର ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ସଦସ୍ୟା ଅନୀମା ଦାସ, ଡ଼ ଗୋବର୍ଦ୍ଧନ ନାଏକ ମୁଖ୍ୟବକ୍ତା ନିମନ୍ତ୍ରିତ ଅତିଥି ମଣ୍ଡଳ ସରପଞ୍ଚ ସରୋଜ କୁମାର ସେଠ, ଧୂମାଭଟା ସରପଞ୍ଚ ବନମାଳୀ ନାଏକ, ବେଳପଡା ସରପଞ୍ଚ ହରିଶ ବୁଡେକ, ମଧ୍ୟପୁର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅଭୟ କୁମାର ଠାକୁରଙ୍କ ପ୍ରତିମୂର୍ତ୍ତିରେ ଦୀପ ପ୍ରଜ୍ୱଳନ ସହ ପୁଷ୍ପମାଲ୍ୟ ଅର୍ପଣ କରିବା ସ୍ମ୍ମୃତି ଚାରଣ କରିଥିଲେ । ସଭା ପ୍ରାରମ୍ଭରେ ବୁଲୁ ବଗର୍ତ୍ତି ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ଯୁବ କବି ଆଶୁତୋଷ ଠାକୁର ନିଜ ସ୍ୱରଚିତ କବିତା ମାଧ୍ୟମରେ ସ୍ଵାଗତ ଭାଷଣ ପ୍ରଦାନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀ ଠାକୁର ନିଜ କାର୍ଯ୍ୟ ଶୈଳୀ ଏପରି ପରକୁ ଆପଣ କରିପାରୁଥିଲେ । ଅଞ୍ଚଳର ଲୋକମାନଙ୍କର ସେବା କରିବାରେ ସେ ସଦାସର୍ବଦା ନିଜକୁ ସମର୍ପିତ କରିଥିଲେ । ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏଥିରେ ସ୍ମୃତି କମିଟି ସଂପାଦକ ମନୋରଞ୍ଜନ ପୁରୋହିତ ବାର୍ଷିକ ବିବରଣୀ ପଠନ କରିଥିଲେ । ପରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା । ସଭାରେ ଯୁବ କବି ଆଶୁତୋଷ ଠାକୁର ଅଭୟ କୁମାର ଠାକୁରଙ୍କ ସ୍ମୃତି ସଭା ଉଦ୍ଧେଶ୍ୟରେ ମଣ୍ଡଳ ଗାଁର ସୁନାମୁଢା ବୋଲି ତୁଳନାରେ ଲିଖିତ ଏକ କବିତା ଯୁବ କବି ଆଶୁତୋଷ ଠାକୁର ପାଠ କରିଥିଲେ । ଯୁବ କବି ଭାବେ ଆଶୁତୋଷ ଠାକୁରଙ୍କୁ ସଭାରେ ସମ୍ମାନିତ କରାଯାଇଥିଲା । ଏଥିରେ ଶିକ୍ଷାବିତ ତଥା ବିଶିଷ୍ଟ ସମାଜସେବୀ ଅଭୟ କୁମାର ଠାକୁରଙ୍କ ପରିବାର ବର୍ଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସ୍ମୃତି କମିଟି ଓ ଯୁବ ମଣ୍ଡଳର ସମସ୍ତ ସଦସ୍ୟ ତଥା ଗ୍ରାମବାସୀ ସହଯୋଗ କରିଥିଲେ । ଏଥିରେ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!