ତୁଷୁରା ଗାୟତ୍ରୀ ଶକ୍ତିପୀଠରେ ନବରାତ୍ର ଆରମ୍ଭ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ସ୍ଥିତ ମା’ ଗାୟତ୍ରୀ ଶକ୍ତିପୀଠରେ ଆଶ୍ୱିନ ନବରାତ୍ର ପୂଜା ଗତକାଲିଠାରୁ ଆରମ୍ଭ ହୋଇଯାଇଛି । ୧୦୫ ଜଣ ଶ୍ରଦ୍ଧାଳୁ ସଂକଳ୍ପ କରି ନବଦିନାତ୍ମକ ଅଖଣ୍ଡ ଦୀପ ପ୍ରଜ୍ୱଳନ କରିଥିଲେ । ପ୍ରତିଦିନ ଏକକୁଣ୍ଡୀୟ ଗାୟତ୍ରୀ ଯଜ୍ଞ ଅନୁଷ୍ଠିତ ହେବା ସହ ଆସନ୍ତା ୪ ତାରିଖରେ ପୂର୍ଣ୍ଣାହୁତୀ କାର୍ଯ୍ୟକ୍ରମ ଥିବା ଅୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ସଂଗୀତ ଜୈନ ସପତ୍ନିକ ମୁଖ୍ୟକର୍ତ୍ତା ଥିଲେ । ଚନ୍ଦ୍ରଭାନୁ ରଣା, ସନ୍ତୋଷ ସାହୁ, ଗଣେଶ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.