ସିୟୁଇଟି-ପିଜି ଫଳ ପ୍ରକାଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶର ୬୬ଟି ଶିକ୍ଷାନୁଷ୍ଠାନ ଓ ବିଶ୍ୱ ବିଦ୍ୟାଳୟର ପିଜି ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ଏକକ ବିଶ୍ୱ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା (ସିୟୁଇଟି) -ପିଜି ଫଳ ପ୍ରକାଶ ପାଇଛି । ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଅପରାହ୍ନରେ ଫଳ ପ୍ରକାଶ କରାଯାଇଛି । ଏନ୍‌ଟିଏ ୱେବସାଇଟ cuet.nta.nic.inରେ ଛାତ୍ରଛାତ୍ରୀଙ୍କ ର‍୍ୟାଙ୍କ ଉପଲବ୍ଧ ହୋଇଛି । ଦେଶର ୨୭ଟି କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ସମେତ ମୋଟ ୬୬ଟି ବିଶ୍ୱ ବିଦ୍ୟାଳୟ ଏହି ପ୍ରବେଶିକା ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ । ସେପ୍ଟମ୍ବର ୧ରୁ ୧୨ ମଧ୍ୟରେ ଅନୁଷ୍ଠିତ ପରୀକ୍ଷା ଲାଗି ୬ଲକ୍ଷ ୭ ହଜାର ୬୪୮ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିବା ବେଳେ ୩ ଲକ୍ଷ ୩୪ ହଜାର ୯୯୭ ଜଣ ଅଂଶଗ୍ରହଣ କରିଥିଲେ । କେଉଁ ବିଭାଗରେ କିଏ ଟପର୍‌ ହୋଇଛି । ସେନେଇ ଏନ୍‌ଟିଏ ୱେବସାଇଟରେ ତାଲିକା ପ୍ରକାଶ କରାଯାଇଛି ।

Leave A Reply

Your email address will not be published.