oom

ମା’ ଶ୍ୟାମକାଳୀ ମନ୍ଦିର ଶାରଦୀୟ ନବଦିନାତ୍ମକ ପୂଜାରମ୍ଭ

jsmm

ବରଗଡ଼, (ନିରୋଜ କୁମାର ପାଣୀ) : ମା’ ଶ୍ୟାମକାଳୀ ମନ୍ଦିର‍ରେ ଗତ କାଲିରୁ ଶାରଦୀୟ ନବରାତ୍ର ପୂଜାରମ୍ଭ ହୋଇଯାଇଛି । ସକାଳୁ ଭକ୍ତମାନଙ୍କ ପ୍ରବଳ ସମାଗମ ପରିଲକ୍ଷିତ ହୋଇଥିଲା । ସକାଳ ଘ. ୭.୩୦ମି. ପରେ ମାନସିକ ଅଖଣ୍ଡ ଦୀପ ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ଭଗବତୀ ମା’ ଶୈଳପୁତ୍ରୀଙ୍କ ପୂଜନ, ସୂର୍ଯ୍ୟ ପୂଜା, ଦ୍ୱାରପାଲ ପୂଜା, ମହାସ୍ନାନ, ଶୋଡ଼ଷ ପୂଜା, ବାବା ଶ୍ୟାମେଶ୍ୱର ମହାଦେବ ମନ୍ଦିର‍ରେ ରୁଦ୍ରାଭିଷେକ, ହନୁମାନ ମନ୍ଦିର‍ରେ ହନୁମାନ ଚାଳିଶା ପଠନ, ଜଗନ୍ନାଥ ମନ୍ଦିର‍ରେ ଜଗନ୍ନାଥଙ୍କ ପୂଜନ, ଚଣ୍ଡିହବନ କରାଯାଇ ପରିଶେଷରେ ଆରତୀ, ପୁଷ୍ପାଞ୍ଜଳି କରାଯାଇଥିଲା । ଆଜି ସକାଳୁ ମା’ଙ୍କୁ ବ୍ରହ୍ମଚାରିଣୀ ବେଶରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ । ଦୀପକ କୁମାର ଦାଶ ସପତ୍ନିକ କର୍ତ୍ତାର ଦାୟିତ୍ୱ ସଂପାଦନା କରିଥିଲେ । ପଣ୍ଡିତ ନରସିଂହ ଶତପଥୀ, ପଣ୍ଡିତ ବିପିନ ବିହାରୀ ଦାଶ, ପଣ୍ଡିତ ନରେଶ ମିଶ୍ର, ପଣ୍ଡିତ ସଞ୍ଜୟ ଦାଶ, ପଣ୍ଡିତ ହରିରାମ ପଣ୍ଡା, ପଣ୍ଡିତ ସତ୍ୟାନ‍ନ୍ଦ ଶତପଥୀ, ପଣ୍ଡିତ ଅନ‍ନ୍ତ ଶତପଥୀ, ପଣ୍ଡିତ ଆନ‍ନ୍ଦ ଷଡଙ୍ଗୀ, ପଣ୍ଡିତ ସୁମନ୍ତ ଷଡଙ୍ଗୀଙ୍କ ସହଯୋଗରେ ପୂଜାକାର୍ଯ୍ୟ ସଂପାଦନା କରାଯାଇଥିଲା । ଏହି ପୂଜନ କାର୍ଯ୍ୟରେ ପୂଜା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.