jsm

ବୃକ୍ଷ ରୋପଣ‌ ପାଇଁ ଅଣ୍ଟା‌ ଭିଡିଛନ୍ତି ପ୍ରକୃତିବନ୍ଧୁ ଅନନ୍ତ କୁମାର ମେହେର ଓ‌ ଗୋବିନ୍ଦ ମେହେର

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୃକ୍ଷ ହିଁ ଜୀବନ‌, ପରିବେଶ ବଞ୍ଚିଲେ‌ ଆମେ‌ ବଞ୍ଚିବା‌, ଏହି‌ ମହାମନ୍ତ୍ରକୁ‌ ସାକାର୍‌ କରିବା‌ ପାଇଁଁ ତଥା‌ ପରିବେଶ ପ୍ରଦୂଷଣରୁ‌ ରକ୍ଷା ପାଇବା ପାଇଁ ପାଣିପାଗ ଜଳବାୟୁ ସନ୍ତୁଳନ‌ ଲାଗି‌ ବୃକ୍ଷ ରୋପଣ ଅତ୍ୟନ୍ତ ଜରୁରୀ ‌। ଦୁଇ ଜଣ ବନ୍ଧୁ ଆପ୍ରାଣ ଉଦ୍ୟମ କରି ବୃକ୍ଷ ରୋପଣ‌ କାର୍ଯ୍ୟକ୍ରମରେ‌ ଅଣ୍ଟା‌ ଭିଡିଛନ୍ତି । ବରଗଡ଼ ଜିଲ୍ଲା ଘନାମାଲ୍‌ ଗ୍ରାମର‌ ଦୁଇ ପ୍ରକୃତିବନ୍ଧୁ ଅନନ୍ତ କୁମାର ମେହେର ଓ‌ ଗୋବିନ୍ଦ ମେହେର ଗାଇସିଲେଟ ବ୍ଲକ‌ ଗନିଁଆପାଲି ଓ ଜାମୁଟପାଲି‌ ବ୍ରିଜର‌ ଉଭୟ‌ ପାର୍ଶ୍ଵରେ‌ ରାସ୍ତାକଡ଼ରେ ୮୦ରୁ‌ ଅଧିକ ନିମ୍ବ ଗଛ‌ କ‌ଉଗଛ‌ ଇତ୍ୟାଦି ଚାରା ରୋପଣ କରି‌ ତାର‌ ଯତ୍ନ ନେଉଛନ୍ତି । ତାଙ୍କର ଏହି କାମ‌ ଲୋକଙ୍କୁ କିଛି‌ ପରିବେଶ ସୁରକ୍ଷା ଲାଗି ପ୍ରେରଣା ଦେବ‌ ବୋଲି ଆଶା କରାଯାଉଛି ।

yuvodaya
Leave A Reply

Your email address will not be published.