ଅଣ-ମୁଖ୍ୟ କାର୍ଯ୍ୟ ପାଇଁ ୬୦ଟି ବିମାନ ବନ୍ଦରରେ ସିଆଇଏସଏଫଙ୍କ ସ୍ଥାନରେ ମୁତୟନ ହେବେ ଘରୋଇ ସୁରକ୍ଷା ଏଜେନ୍ସି (ପିଏସଏ) ସୁରକ୍ଷା କର୍ମୀ

ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ନିଷ୍ପତ୍ତିକ୍ରମେ, ଦେଶର ୬୦ଟି ବିମାନ ବନ୍ଦରରେ ଅଣ-ମୁଖ୍ୟ କାର୍ଯ୍ୟ ସମ୍ପାଦନ ଲାଗି କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ସ୍ଥାନରେ ମୋଟ୍‌ ୧୯୨୪ ଜଣ ଘରୋଇ ସୁରକ୍ଷା ଏଜେନ୍ସି (ପିଏସଏ) ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯିବ ।
ଏହି ନିଷ୍ପତ୍ତି ଦ୍ବାରା ସୁରକ୍ଷା ବାବଦ ଖର୍ଚ୍ଚ ହ୍ରାସ ପାଇବ ଏବଂ ଏସବୁ ସ୍ଥାନରେ ନିୟୋଜିତ ସିଆଇଏସଏଫ କର୍ମୀମାନଙ୍କୁ ଅନ୍ୟ ବିମାନ ବନ୍ଦରରେ ମୁତୟନ କରାଯାଇପାରିବ ଯାହାକି ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବ। ଆହୁରି ନୂଆ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ବନ୍ଦର ଗୁଡ଼ିକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାରେ ସହାୟତା ମିଳିପାରିବ ।
୪୫ଟି ବିମାନ ବନ୍ଦରରେ ଅଣ-ମୁଖ୍ୟ ପଦବୀରେ କାର୍ଯ୍ୟ କରିବା ଲାଗି ପୁନର୍ବାସ ମହାନିର୍ଦ୍ଦେଶାଳୟ (ଡିଜିଆର) ପ୍ରାୟୋଜିତ ସୁରକ୍ଷା ଏଜେନ୍ସିରୁ ୫୮୧ ଜଣ ସୁରକ୍ଷା କର୍ମୀମାନଙ୍କୁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ନିଯୁକ୍ତି ଦେଇସାରିଛନ୍ତି । ବିମାନ ଚଳାଚଳ ସୁରକ୍ଷା (ଏଭିଏସଇସି) ପ୍ରଶିକ୍ଷଣ ସମ୍ପୂର୍ଣ୍ଣ ହେବା ପରେ ଏସବୁ ସୁରକ୍ଷା କର୍ମୀମାନଙ୍କୁ ଚୟନିତ ବିମାନ ବନ୍ଦରରେ ମୁତୟନ କରାଯିବ । ଏବେ ସୁଦ୍ଧା ୧୬ଟି ବିମାନ ବନ୍ଦର ପାଇଁ ୧୬୧ ଜଣ ଡିଜିଆର ସୁରକ୍ଷା କର୍ମୀ ଏଭିଏସଇସି ପ୍ରଶିକ୍ଷଣ ନେଉଛନ୍ତି ଏବଂ ପ୍ରଶିକ୍ଷଣ ଶେଷ ହେବା ପରେ ୨୪ ସେପ୍ଟେମ୍ବର ୨୦୨୨ ଠାରୁ ସେମାନଙ୍କୁ ନିୟୋଜିତ କରାଯିବ ।
କୋଲକାତା ବିମାନବନ୍ଦର ଠାରେ, ଏଭିଏସଇସି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶେଷ କରିସାରିଥିବା ୭୪ ଜଣ ଡିଜିଆର ସୁରକ୍ଷା କର୍ମୀଙ୍କୁ ୯ ସେପ୍ଟେମ୍ବର ୨୦୨୨ ଠାରୁ ମୁତୟନ କରାଯାଇ ସାରିଛି । ଅବଶିଷ୍ଟ ସୁରକ୍ଷା କର୍ମୀମାନଙ୍କର ମୁତୟନ ଲାଗି ବର୍ତ୍ତମାନ ପ୍ରକ୍ରିୟା ଜାରି ରହିଛି ।

ଚେନ୍ନାଇ ବିମାନ ବନ୍ଦର ଠାରେ ଘରୋଇ ସୁରକ୍ଷା କର୍ମୀଙ୍କ ପ୍ରଶିକ୍ଷଣ ଅଧିବେଶନ ସମୟରେ ଚେନ୍ନାଇ ବିମାନ ବିନ୍ଦର ନିର୍ଦ୍ଦେଶକ ଶ୍ରୀ ଶରଦ କୁମାରଙ୍କ ସହିତ ସୁରକ୍ଷା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁଧୀର ମଲ୍ଲିକ ।

Leave A Reply

Your email address will not be published.