oom

ମୋଦୀଙ୍କ ଜନ୍ମ ଦିବସ ଅବସରରେ ଦିବ୍ୟାଙ୍ଗ ଲୋକଙ୍କୁ ସେବା ସହାୟତା ପ୍ରଦାନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

jsmm
  • ଦିବ୍ୟାଙ୍ଗ ମାନଙ୍କ ମୁହଁରେ ଫୁଟିଲା ହସ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନ ଅବସରରେ ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ ଆବଶକୀୟ ଉପକରଣ ବଣ୍ଟନ କରିଛନ୍ତି । ଆଲମିକୋ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୨୩ ଜଣ ଦିବ୍ୟାଙ୍ଗ ବନ୍ଧୁମାନଙ୍କୁ ୩୩ କୋଟି ୮୭ ଲକ୍ଷ ଟଙ୍କା ବିନିମୟରେ ୬୧୬ଟି ଅବଶ୍ୟକୀୟ ଉପକରଣ ଯଥା କୃତିମ ଅଙ୍ଗ, ଶ୍ରବଣ ଯନ୍ତ୍ର, ହୁଇଲ ଚେୟାର, ସ୍ମାଟ ଫୋନ, ଆଶାବାଡ଼ି ଇତ୍ୟାଦି ବଣ୍ଟନ କରିଛନ୍ତି । ଏହା ଦ୍ୱାରା ଆଗାମୀ ଦିନରେ ଦିବ୍ୟାଙ୍ଗ ମାନଙ୍କ ଜୀବନ ଯାପନ ସହଜ ହୋଇପାରିବ, ଏହି ବ୍ୟାପକ କାର୍ଯ୍ୟକ୍ରମର ସହାୟତା ନେଇ ଯାହା ବିଭିନ୍ନ ମହଲରେ ଶ୍ରୀମତୀ ଷଡ଼ଙ୍ଗୀ ପ୍ରଶଂସାର ପାତ୍ର ହୋଇଛନ୍ତି ।

jittmm
Leave A Reply

Your email address will not be published.