jsm

ଜୟ ତରୁଣ ଯୁବକ ସଂଘ ଓ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସ୍ୱଚ୍ଛତା ପଖୱାଡ଼ା କାର୍ଯ୍ୟକ୍ରମ

csstore

ପାଟଣାଗଡ, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ଜୟ ତରୁଣ ଯୁବକ ସଂଘ ରେଙ୍ଗାଲଜୁରୀ ଓ ନେହେରୁ ଯୁବ କେନ୍ଦ୍ର ବଲାଙ୍ଗିରର ମିଳିତ ଆନ୍ୟୁକୂଲ୍ୟରେ ସ୍ଵଚ୍ଛତା ପଖୱାଡ଼-୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ରାସ୍ତା ନଳକୂପ ଆଦି ସ୍ଥାନକୁ ସଫା ସୁତୁରା କରିଥିଲେ । ପରିଷ୍କାର, ପରିଚ୍ଛନ୍ନତା ତଥା ସ୍ୱଚ୍ଛ ଉପରେ ସଚେତନ କରାଯାଇଥିଲା । ଅନୁଷ୍ଠିତ ସଭାରେ ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ଶମ୍ଭୁପ୍ରସାଦ ଘିଭେଲା ଯୋଗ ଦେଇ ବିଭିନ୍ନ ବିକାଶ କାମ କରିବା ସହ ଗାଁର ସାମୁହିକ ବିକାଶ ହେବ ବୋଲି କହିଥିଲେ । ଜୟ ତରୁଣ ଯୁବକ ସଂଘ ସମ୍ପାଦକ ଜଗନ୍ନାଥ ବରିହା ମଧ୍ୟ ସମସ୍ତେ ସ୍ୱେଚ୍ଛାକୃତ ଭାବରେ କାମ କରିବାକୁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ଏଥିରେ ଯୁବକ ସଂଘର ସଭାପତି ଘାସିରାମ ମଲ୍ଲିକ, ନିମାଇଁ ଚରଣ ଷାଣ୍ଢ, ବିପିନ ବରିହା, ଶତୃଘନ ସାହୁ, ସିଦ୍ଧାନ୍ତ ପୁଟେଲ, ଶିବୁ ମଲ୍ଲିକ, ଅନିଲ ବରିହା, ଅମିର ବରିହା, ନବଦୀପ ମଲ୍ଲିକ, ସୁଜିତ ପୁଟେଲ, ଗଜାନନ ଷାଣ୍ଢ, ଅଚ୍ଚିତ ପୁଟେଲ, ପିଣ୍ଟୁ ବରିହା, ସୁରେଶ ଷାଣ୍ଢ, ଆନନ୍ଦ ପୁଟେଲ, କୁରେଶ୍ଵର ବରିହାଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.