- ଉଚ୍ଚସ୍ତରୀୟ ତଦନ୍ତ ହେବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ଆହୁତୀ ଶବର, ପିତା ସୁଦାମ ଶବର ଶୌଚାଳୟକୁ ଯିବା ସମୟରେ ବିଦ୍ୟାଳୟ ଗେଟ୍ କାନ୍ଥଟି ପଡିଯାଇଥିଲା । ଏହା ଦେଖି ନିକଟରେ କାମ କରୁଥିବା କିଛି ଶ୍ରମିକ ପିଲାଟିକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ପିଲାଟି ମୃତ ବୋଲି ଘୋଷଣା କଲେ । ପ୍ରକାଶ ଥାଉକି, ପିଲାଟିକୁ ପଦ୍ମପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ପଦ୍ମପୁର ଡାକ୍ତରଙ୍କ ଦ୍ଵାରା ପିଲାଟିକୁ ଗୁଣୁପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଗୁଣୁପୁର ଡାକ୍ତର ଦ୍ଵାରା ପିଲାଟିକୁ ମୃତୁ ଘୋଷଣା କରାଯାଇଥିଲା । ଠିକାଦାର ଓ ଯନ୍ତ୍ରୀଙ୍କ ଅପାରଗତା, ବେପାରୁଆ ମନୋଭାବ ଯୋଗୁଁ ଏଭଳି ଅଘଟଣ ଘଟି ନିରୀହ ଛାତ୍ରୀଜଣଙ୍କ ଜୀବନ ହାନୀ ଘଟିଲା । ଏ ଦିଗରେ ସ୍ଥାନୀୟ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଉଦାସୀନତା ଯୋଗୁଁ ଏପରି ଘଟିଛି, ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ଠିକାଦାରଙ୍କ ଦ୍ୱାରା ଏହିଭଳି ଘଟଣା ଘଟିଥିବା ଜଣାପଡିଛି । କାହିଁକି ନା ବିଦ୍ୟାଳୟର କାନ୍ଥଟି ବିନା କଂକ୍ରିଟ ସ୍ତମ୍ବ ଅବା ବିନା ପିଲରରେ ନିର୍ମିତ ହୋଇଥିଲା । ଯାହା କାହାର ନଜର କିମ୍ବା କେହି ଧ୍ୟାନ ଦେଇନଥିଲେ । ଯାହା ଫଳରେ ସେହି କାନ୍ଥଟି ମୁଖ୍ୟ ଗେଟର ଓଜନ ସମ୍ଭାଳି ନପାରି ପଡିଯାଇଥିଲା । ମୃତକଙ୍କ ପରିବାର ବର୍ଗଙ୍କୁ ଅନୁକମ୍ଫାମୂଳକ କ୍ଷତିପୂରଣ ପ୍ରଦାନ କରିବାକୁ ସାଧାରଣରେ ଦାବୀ ହେଉଛି ।