ଏକ ଦିବସୀୟ କର୍ମଶାଳା ଓ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଅଧିନସ୍ଥ ବ୍ଲକ ସଭାଗୃହଠାରେ ଆଇ.ଟି.ସି. ମିଶନ ସୁନେହରା କଲ୍ ପ୍ରକଳ୍ପ ଏବଂ ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇ.ଟି.ଡ଼ି.ଏ.) ମିଶନ ଜୀବିକାର ମିଳିତ ଆନୁକୂଲ୍ୟରେ ସ୍ବେଛାସେବୀ ସଂଗଠନ ମାନବ ଅଧିକାରୀ ସେବା ସମିତି (ମାସ୍) ପକ୍ଷରୁ ଏକ ଦିବସୀୟ କର୍ମଶାଳା ଓ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଦିବାସୀ ଅଧ୍ୟୁଷିତ କଲ୍ୟାଣସିଂହପୁର ଓ କାଶିପୁର ବ୍ଲକର ୩୬ ଗୋଟି ଗ୍ରାମରୁ ମୋଟ ୬୦ ଜଣ ଅଗ୍ରଣୀ ଚାଷୀ ଅଂଶ ଗ୍ରହଣ କରିଥିଲେ । ଏହି ତାଲିମ ଶିବିରର ମୂଳ ଉଦ୍ଦେଶ୍ୟ ପନିପରିବା ଫସଲରେ କିଭଳି ବୈଜ୍ଞାନିକ କୃଷି ପଦ୍ଧତି ଅବଲମ୍ବନ କରି ଉତ୍ପାଦନରେ ଅଭିବୃଦ୍ଧି ହେବ ଓ ନିଜର ଜୀବିକାକୁ ସ୍ୱାବଲମ୍ବୀ କରିପାରିବେ ତାହା ନେଇ ତାଲିମ ପ୍ରଦାନ କରାଯାଇଥିଲା । ଶିବିରରେ ଜିଲ୍ଲା ସଂଯୋଜକ ସୁଦୀପ କୁମାର ସାହୁ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ସବିଶେଷ ବିବରଣୀ ପ୍ରଦାନ କରି ଆଗାମୀ ଦିନରେ କିପରି ଗ୍ରାମ୍ୟ ସ୍ତରରେ ପ୍ରଶିକ୍ଷଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ସେ ନେଇ ମତ ପ୍ରକାଶ ରଖିଥିଲେ ।

Leave A Reply

Your email address will not be published.