ସେବା ସମବାୟ ସମିତି ପିଅନମାନଙ୍କ ବେତନ ବୃଦ୍ଧି ପାଇଁ ଦାବୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାସିକ ବେତନ ବୃଦ୍ଧି ନେଇ ଡେଲାଙ୍ଗ ବ୍ଲକ ସେବା ସମବାୟ ସମିତି ପିଅନ ସଂଘ ତରଫରୁ ଇଂଦିପୁର ବାତ୍ୟା ଆଶ୍ରୟସ୍ଥଳରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସମ୍ମିଳିତ ପୁରୀ-ନିମାପଡ଼ା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃର ଡେଲାଙ୍ଗ ଶାଖା ଅଧିନସ୍ଥ କାର୍ଯ୍ୟରତ ୨୩ ଜଣ ସେବା ସମବାୟ ସମିତିର ପିଅନମାନେ ଉପସ୍ଥିତ ଥିଲେ । ସଂଘର ସଭାପତି ଶିବ ବାରିକ ଓ ସମ୍ପାଦକ ପ୍ରକାଶ ଧାଉଡିଆ ନେତୃତ୍ଵରେ ଅନୁଷ୍ଠିତ ଏହି ସମାବେଶରେ ମୁଖ୍ୟ ଅତିଥି ରୂପେ ସମବାୟର ଜିଲ୍ଲା ସମ୍ପାଦକ ସୁବାଷ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ । ଏଠାରେ ପିଅନମାନେ ମାସିକ ୬ହାଜର ଟଙ୍କା ବେତନରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡୁଛି । ବର୍ତ୍ତମାନ ସମାଜରେ ମହଙ୍ଗା ମାଡ ଓ ବ୍ୟୟ ବହୁଳ ଖର୍ଚ୍ଚ ଆମେ ଅଣନିଃଶ୍ଵାସୀ ହୋଇପଡୁଛୁ । ସରକାର ୨୦୨୧ରେ ୬ ହଜାରରୁ ୯ ହାଜର ୨୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲେ ମଧ୍ୟ ଆମ୍ଭକୁ ଏପର୍ଯ୍ୟନ୍ତ ମିଳିନାହିଁ ବୋଲି ଅଭିଯୋଗ କରିବା ସହ ତୁରନ୍ତ ପିଅନମାନଙ୍କ ମାସିକ ବେତନ ଦାବୀ ଉପସ୍ଥାନ କରାଯାଇଥିଲା । ଶେଷରେ ସଂଘର ସମ୍ପାଦକ ପ୍ରକାଶ ଧାଉଡିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!