oom

ଜାତୀୟ ନିର୍ମାଣକାରୀ ପୁରସ୍କାରରେ ପାଞ୍ଚ ଜଣ ଶିକ୍ଷକଙ୍କୁ ସମ୍ମାନିତ କଲା ରୋଟାରୀ କ୍ଲବ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଗତ ବର୍ଷମାନଙ୍କ ପରି ପାରମ୍ପରିକ ବିଧିରେ ଜାତୀୟ ନିର୍ମାଣକାରୀ ପୁରସ୍କାରରେ ପାଞ୍ଚ ଜଣ ଶିକ୍ଷକଙ୍କୁ ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ରବିବାର ସନ୍ଧ୍ୟାରେ ଏକ ଭବ୍ୟ ସମାରୋହରେ ମାନପତ୍ର ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଛି । ପ୍ରାଥମିକ ସ୍ତରଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷା ସହ ଚରିତ୍ର ଗଠନ କରିବାରେ ଶିକ୍ଷାଗୁରୁ ଅର୍ଥାତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ବିଦ୍ୟାଳୟରେ ବାପା ମା’ ଭଳି ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଭଳି କାର୍ଯ୍ୟ କରି ଆସୁଛନ୍ତି । ଏହି ଅବସରରେ ଗତ କିଛି ବର୍ଷ ଧରି ଛତ୍ରପୁର ରୋଟାରୀ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଅଞ୍ଚଳରେ ନିୟୋଜିତ ଉତ୍ତମ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଜାତୀୟ ନିର୍ମାଣକାରୀ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଛତ୍ରପୁର ରୋଟାରୀ କ୍ଲବ ପରିସରରେ ଅନୁଷ୍ଠିତ ଚଳିତ ବର୍ଷର ଏହି ପୁରସ୍କାର ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ କ୍ଲବ ସଭାପତି ତଥା ୨୦ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ଏମ. ଧନଞ୍ଜୟ ରେଡ୍ଡୀଙ୍କ ସଭାପତିତ୍ୱରେ ଛତ୍ରପୁର ବ୍ଲକ ଅଞ୍ଚଳର ପାଞ୍ଚ ଜଣ ଆଦର୍ଶ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଜାତୀୟ ନିର୍ମାଣକାରୀ ପୁରସ୍କାର-୨୦୨୨ରେ ସମ୍ବର୍ଦ୍ଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରୋଟାରୀୟନ ସିଦ୍ଧାର୍ଥ ଶଙ୍କର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ନୃସିଂହ ଚରଣ ମିଶ୍ର ଯୋଗଦେଇ ସମାଜର ଗଠନରେ ଶିକ୍ଷକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସେମାନଙ୍କ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ । ରୋଟାରୀ କ୍ଳବର ଏଭଳି ମହତ୍ୱ ଉଦ୍ଦେଶ୍ୟକୁ ପ୍ରତିପାଦନ କରିଥିବା ନେଇ ଏହି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ରୋଟାରିୟାନ ଏସ. ରେଖା ମହାନ୍ତି, ସ୍ଵାଗତିକା ସାମନ୍ତରାୟ ପୁଷ୍ପଗୁଚ୍ଛ ପ୍ରଦାନ କରି ଉପସ୍ଥିତ ଗଣ୍ୟମାନ୍ୟ ଅତିଥିଙ୍କୁ ସ୍ୱାଗତ ଜଣାଇଥିବା ବେଳେ ଚାର୍ଟର ପ୍ରେସିଡେଣ୍ଟ ରୋଟାରିୟନ ପ୍ରଫୁଲ୍ଲ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ ରୋଟାରୀ କ୍ଲବର ସମ୍ପାଦକ ଇ. ନାଗେଶ୍ୱର ରାଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ରୋଟାରିୟାନ ସୁରଜିତ ସାମନ୍ତରାୟ, ହାଇକୋର୍ଟ ଓକିଲ ତଥା ରୋଟାରିୟାନ ପଦ୍ମ ଚରଣ ସାହୁ, ରୋଟାରିୟାନ ନିରଞ୍ଜନ ପାତ୍ର, ବିଘ୍ନେଶ୍ୱର ରଥଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ହରିପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀ ପଣ୍ଡା, ବଡ଼ପୁଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଦେବ ବେହେରା, ରୁକ୍ମିଣୀ ଗାଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ବେହେରା, ରଘୁନାଥପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିନୋଦିନୀ ଦାଶ ଓ ବିପୁଲିଙ୍ଗି ବିଦ୍ୟାଳୟର ସହକାରୀ ଶିକ୍ଷକ ନୀଳାଞ୍ଚଳ ପଣ୍ଡାଙ୍କୁ ମାନପତ୍ର ସହ ଉପଢୌକନ ଦେଇ ଜାତୀୟ ନିର୍ମାଣକାରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

jittmm
Leave A Reply

Your email address will not be published.