pr

ଗିରି ଗୋବର୍ଦ୍ଧନ ପୀଠରେ ଭାଗବତ ଜନ୍ମ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଚିଖିଲି ଗ୍ରାମ ପଞ୍ଚାୟତର କମଲପଦର ସ୍ଥିତ ଗିରି ଗୋବର୍ଦ୍ଧନ ପୀଠରେ ଭାଗବତ ଜନ୍ମ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଭୀଷ୍ମଦେବ ପଣ୍ଡା ତାଙ୍କ ପତ୍ନୀ ପଦ୍ମାସିନୀ ପଣ୍ଡା କର୍ତ୍ତା ଦାୟିତ୍ଵ ନିର୍ବାହ କରିଥିବା ବେଳେ ପ୍ରବଚକ ରାଜକୁମାର ଦାସ ଭଗବାନ କଥାମୃତ ପ୍ରବଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୟନଶିଳ୍ପ ମନ୍ତ୍ରୀ ରିତା ସାହୁ, ଚାଷୀ ନେତା କିଶୋର ଚନ୍ଦ୍ର ଦେବତା, ବ୍ଲକ ଅଧ୍ୟକ୍ଷ ପ୍ରଣୟ ସାହୁ, ମତିରାମ ସାହୁ ଉପସ୍ଥିତ ରହି ଭଗବାନ କଥାମୃତ ଶ୍ରବଣ କରିବା ସହ ଗିରି ଗୋବର୍ଦ୍ଧନ ମଠର ପାଦଦେଶରେ ବୋହି ଯାଇଥିବା ଘେଁସାଲି ନଦୀର ମନୋରମ ଦୃଶ୍ୟକୁ ଉପଭୋଗ କରିଥିଲେ । ଅଞ୍ଚଳର ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ସେହିପରି ଗୁଦେରପାଲି ଗାଁରେ ମଧ୍ୟ ଭାଗବତ ଜନ୍ମ ପୂଜାର୍ଚ୍ଚନା ହୋଇଯାଇଛି ।

nrusinghnath
Leave A Reply

Your email address will not be published.