
ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଅନ୍ତର୍ଗତ ଖଲିଆପାଲି ପରମାନପୁରର ଶେଷଦେବ ମଲ୍ଲିକଙ୍କ ପୁଅ ଦୀପକ ମଲ୍ଲିକ ସାପ କାମୁଡ଼ାରେ ମୃତ୍ୟୁବରଣ କରିଛନ୍ତି । ସେ ଅତାବିରା ମହାବିଦ୍ୟାଳୟରେ ସେ ଯୁକ୍ତ ତିନି ଦ୍ବିତୀୟ ବର୍ଷ କଳା ଛାତ୍ର ଥିଲେ । ଗତ ରାତିରେ ଶୋଇଥିବା ବେଳେ ତାଙ୍କ ବେକରେ ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ସେ ହଠାତ୍ ଉଠି ପଡ଼ି ସାପକୁ ଦେଖିବା ସହିତ ଏ ବିଷୟରେ ବାପା ଓ ମା’ଙ୍କୁ ଜଣାଇଥିଲେ । ଦୀପକଙ୍କୁ ସଙ୍ଗେ ସଙ୍ଗେ ବୁର୍ଲା ଡାକ୍ତର ଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ କିଛି ସମୟ ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।