କାମାକ୍ଷାନଗରରେ ହେବ ଜଗତଜନନୀଙ୍କ ଆରାଧନା : ହେଲେ ଭସାଣ ଉତ୍ସବରେ ବାଜିବନି ଡିଜେ

କାମାକ୍ଷାନଗର : ଆସନ୍ତା ଦୁର୍ଗାପୂଜା ପାଇଁ ପ୍ରଶାସନ ଓ ମିଳିତ ପୂଜା କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ ସଭାଗୃହଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ଅଧ୍ୟକ୍ଷତା କରି ଦଶହରା ପର୍ବ କିପରି ପାଳନ ହୋଇପାରିବ ସେ ସମ୍ପର୍କରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ୫ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପୂଜାରେ ୧୫ଟି ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯିବ, ଭସାଣି ଦିନ ସମସ୍ତ ମେଢ଼ ଗୁଡିକ ପ୍ରସେସନରେ ସହର ପରିକ୍ରମା କରିବା ପରେ ରେଙ୍ଗାଳି ପଡିଆଠାରେ ମେଳଣ ପର୍ବ ଅନୁଷ୍ଠିତ ହେବ, ଶୋଭାଯାତ୍ରା ସମୟରେ ଡିଜେ ବାଜାକୁ କଡାକଡି ଭାବେ ନିଷିଦ୍ଧ କରାଯାଇଛି । ମେଳଣ ସ୍ଥାନରେ ରାବଣ ପୋଡି ଅନୁଷ୍ଠିତ ହେବା ପରେ ସମସ୍ତ ମେଢ଼ ଗୁଡିକ ସଂନିକଟ ରମିୟାଲା ନଦୀ ତଟରେ ଅସ୍ଥାୟୀ ପୋଖରୀରେ ବିସର୍ଜନ କରିବାକୁ ସ୍ଥିର କରାଯାଇଥିଲା । ଏସଡିପିଓ ରଞ୍ଜନ କୁମାର ଦେ, ନଗରପାଳ ଧର୍ମାନନ୍ଦ ପରିଡା, ଓକିଲ ସଙ୍ଘ ସଭାପତି ଧର୍ମାନନ୍ଦ ମଲ୍ଲିକ ପ୍ରମୁଖକଙ୍କ ସହିତ ବଣିକ ସଙ୍ଘର କର୍ମକର୍ତ୍ତା ଓ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହି ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.