ହାତୀ ଉପଦ୍ରବ : ଭାଙ୍ଗିଲା ଘର, ଫସଲ ନଷ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଭାନପୁର ପଞ୍ଚାୟତ ବ୍ରାହ୍ମଣୀ ଗାଁରେ ଦେଖିବାକୁ ମିଳିଛି ହାତୀ ଉପଦ୍ରବ । ଗନ୍ଧମାର୍ଦ୍ଦନ ପାହାଡ଼ ତଳି ବ୍ରାହ୍ମଣୀ ଗାଁରେ କିଛିଦିନ ହେଲା ବରଗଡ଼ ଜିଲ୍ଲା ଅଞ୍ଚଳରୁ ହାତୀ ଆସି ଆତଙ୍କ କରୁଥିବା ଦେଖିବାକୁ ମିଳିଛି । ଯାହା ଫଳରେ ଲୋକେ ରାତି ହେଲେ ଭୟଭିତ ହୋଇ ପଡୁଛନ୍ତି । ଗତ ରାତିରେ ଗାଁର ପୁଷ୍ପା ରଣା ଓ କସ୍ତୁରୀ ରଣାଙ୍କ ଘରକୁ ହାତୀ ଭାଙ୍ଗି ଦେଇଥିବା ଜଣାପଡିଛି । ସେହିପରି ଗାଁର ପ୍ରଗତି ଏସଏସଜି ପ୍ରସ୍ତୁତି କରିଥିବା ସଜନା ଚାରାକୁ ମଧ୍ୟ ହାତୀ ନଷ୍ଟ କରିଥିବା ବେଳେ ଅନେକ ଚାଷୀଙ୍କ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଜଙ୍ଗଲ ବିଭାଗ ତରଫରୁ ବନପାଳ ଅରବିନ୍ଦ ଧରୁଆ ସଦଳବଳେ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ସଚେତନ କରୁଥିବା ଜଣାଯାଇଛି ।

Leave A Reply

Your email address will not be published.

error: Content is protected !!