ରାସାୟନିକ ସାର ଖାଇ ଆତ୍ମହତ୍ୟା

ପାଟଣା : ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ସରାସପଶି ଗ୍ରାମର ରଘୁନାଥ ମୁଣ୍ଡା(୫୫) କୃଷି ପାଇଁ ବ୍ୟବହାର ରାସାୟନିକ ସାର ଖାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଘରେ ଝଗଡ଼ା ପରେ ରଘୁ ଏହି ସାର ଖାଇ ଗୁରୁତର ହେବା ପରେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଜି ମୃତକଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତରଣୀ ସେନ ବାଗ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.