ଅନର କିଲିଂ ପ୍ରେମ ପାଇଁ ହତ୍ୟା ଘଟଣାରେ ଝିଅର ବାପା ସମେତ ୭ ଜଣକୁ କୋର୍ଟ ଚାଲାଣ : ୬ ଜଣକୁ ପଚରା ଉଚରା ଜାରି

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପ୍ରେମ କରିବା ମହଙ୍ଗା ପଡିଲା । ସମ୍ମାନ ପାଇଁ ହତ୍ୟା କଲେ ପ୍ରେମିକକୁ । ଏଭଳି ଚାଞ୍ଚଲ୍ୟ କର ଘଟଣା ସାମନାକୁ ଆସିଛି । ଏହି ମାମଲାରେ ବାଲିଗୁଡା ପୋଲିସ ୧୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଥିଲା । ସେଥିମଧ୍ୟରୁ ଆଜି ୭ ଜଣକୁ କୋର୍ଟ ଚାଲାଣ କରାଯାଇଛି ଏବଂ ଅନ୍ୟ ୬ ଜଣକୁ ପଚରା ଉଚରା ପାଇଁ ରଖାଯାଇଥିବା ଥାନା ଅଧିକାରୀ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଲଣ୍ଡାଗାଁ ପଞ୍ଚାୟତ ଫଟକିମାଲ ଗ୍ରାମ ତଲିପଡା ବସ୍ତିର ଜଣେ ଯୁବତୀଙ୍କୁ ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଗ୍ରାମର ଶୁକଦେବ ରଣା ନାମକ ଜଣେ ଯୁବକ ଭଲ ପାଉଥିଲେ । ଯୁବତୀ ଜଣକ କଲେଜ ପଢୁଥିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା କିନ୍ତୁ ଶେଷରେ ପ୍ରେମ ପାଇଁ ଜୀବନ ଚାଲିଗଲା ଯୁବକ ଶୁକଦେବଙ୍କର । ଅଗଷ୍ଟ ୨୬ ତାରିଖ ଦିନ ଶୁକଦେବ କୁଆଡେ ଯୁବତୀଙ୍କୁ ଭେଟିବା ପାଇଁ ତଳିପଡ଼ା ଆସିଥିଲେ । ଏତିକି ବେଳେ ଝିଅର ବାପା ଶୁକଦେବଙ୍କୁ ଝିଅ ସହ କଥା ହେବା ଜାଣି ପାରିଥିଲେ । ସାହି ପଡିଶାଙ୍କୁ ଖବର ଦେଇ ଶୁକଦେବଙ୍କୁ ଟାଣି ଆଣି ପିଟାପିଟି କରିଥିଲେ । ଫଳରେ ଘଟଣା ସ୍ଥଳରେ ଶୁକଦେବଙ୍କ ଜୀବନ ଚାଲି ଯାଇଥିଲା । ଏକ ଜରି ବସ୍ତାରେ ବାନ୍ଧି ଶୁକଦେବଙ୍କୁ ଜଙ୍ଗଲରେ ଫିଙ୍ଗି ଦେଇଥିଲେ ।ଶୁକଦେବଙ୍କ ପରିବାର ଥାନାରେ ଏକ ନିଖୋଜ ମାମାଲା ଦେଇଥିଲେ । ପୋଲିସ ତଦନ୍ତ ବେଳେ ଶୁକଦେବଙ୍କୁ ହତ୍ୟା ସୁରାକ ପାଇଥିଲା । ଏହା ପରେ ଜଙ୍ଗଲରୁ ଶୁକଦେବଙ୍କ ଗଳିତ ଶବକୁ ଉଦ୍ଧାର କରି ପୋଲିସ ଅଧିକ ତଦନ୍ତ ଜାରି ରଖିଥିଲା । ବୁଧବାର ଦିନ ଉକ୍ତ ହତ୍ୟାରେ ସମ୍ପୃକ୍ତ ଝିଅର ବାପା ଦୁଃଶାସନ ମଲ୍ଲିକଙ୍କ ସମେତ ଗିରିଶ ଚନ୍ଦ୍ର ମଲ୍ଲିକ, ନୀଳବନ୍ତ ମଲ୍ଲିକ, ଉତ୍ତମ ମଲ୍ଲିକ, ଯୋଗେନ୍ଦ୍ର ମଲ୍ଲିକ, କବିରାଜ ଠେଲା ଓ ସୁଦିପ ସେଠିଙ୍କୁ କୋର୍ଟ ଚାଲାଣ କରାଯାଇଛି । ସମସ୍ତଙ୍କ ଘର ପଟୁକିପାଲି ତଳପଡା ଗ୍ରାମରେ ବୋଲି ପୁଲିସ ପ୍ରକାଶ କରିଛି ।

Leave A Reply

Your email address will not be published.