pr

କଲେଜ ଛାତ୍ର ରାଜୀବଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

dr. purohit

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଊରିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୂଆପଦା ଗ୍ରାମର ସମାଜସେବୀ ଚିତ୍ରସେନ ନିଶଂକଙ୍କ କନିଷ୍ଠ ପୁତ୍ର ରାଜୀବ କୁମାର ନିଶଂକ ଓରଫ ଲକିଙ୍କ(୧୭) ଏକାଦଶାହ ଅବସରରେ ବନ୍ଧୁ ପରିଜନଙ୍କ ପକ୍ଷରୁ ସ୍ଵର୍ଗତ ରାଜୀବଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ତଥା ତାଙ୍କ ସ୍ମୃତିଚାରଣ ଉଦ୍ଦେଶରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ରାଜୀବ ଜଣେ କଲେଜ ଛାତ୍ର ଥିଲେ । ସେ ଛୁଟି କଟାଇବାକୁ ଗାଁ ଆସିଥିଲେ । ଅଗଷ୍ଟ ୨୦ ତାରିଖରେ ସାଙ୍ଗମାନଙ୍କ ସହିତ ଗାଁ ସନ୍ନିକଟ ପିତାନାଳ ଖଣିରେ ସ୍ନାନ କରୁଥିବା ବେଳେ ଗୋଡ ଖସି ଯିବାରୁ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଥିଲେ । ତାଙ୍କର ଏହି ଅକାଳ ବିୟୋଗରେ ପିତାମାତାଙ୍କ ସମେତ ବନ୍ଧୁ ପରିଜନ, ଆତ୍ମୀୟ ସ୍ଵଜନ ଗଭୀର ମର୍ମାହତ ହୋଇଥିଲେ । ତାଙ୍କର ଏହି ଏକାଦଶାହରେ ଆୟୋଜିତ ସ୍ମୃତିଚାରଣ ସଭାରେ ସ୍ଥାନୀୟ ବିଧାୟକ ରୂଦ୍ରପ୍ରତାପ ମହାରଥୀ, ବ୍ଲକ ଅଧକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଂକ, ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ, ଶିଶୁ ଅଧିକାର ସୁରକ୍ଷା ଆୟୋଗ କମିଶନର ସଧ୍ୟାବତୀ ପ୍ରଧାନ, ସମିତି ସଭ୍ୟ ଅଜୟ କୁମାର ରାଉତରାୟ, ଜିଲ୍ଲା ପରିଷଦ ସଭ୍ୟା ପ୍ରଜ୍ଞା ଛୋଟରାୟ, ସମାଜସେବୀ ନବଘନ ପ୍ରଧାନ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ସାଙ୍ଗସାଥୀ, ଶୁଭେଚ୍ଛୁ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ହୋଇ ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିଲେ ।

nrusinghnath
Leave A Reply

Your email address will not be published.