ଲାନ୍ଥ ନଦୀରୁ ଯୁବତୀଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣା : ଦ୍ଵିତୀୟ ଦିନରେ ପୋଲିସ ଓ ଓଡ୍ରାଫ ଟିମ୍ ଖୋଜୁଛି ମୁଣ୍ଡ
ସଇଁତଲା, (ପ୍ରମୋଦ କୁମାର ସେଲମା) : ଗତ ୨୪ ତାରିଖ ଦିନ ଜଣେ ଯୁବତୀର ମୁଣ୍ଡବିହୀନ ମୃତଦେହ ନଦୀରେ ଭାସୁଥିବା ଖବର ପାଇଁ ସଇଁତଲା ପୋଲିସ ଓ ଅଗ୍ନିଶମ ବିଭାଗ ପହଂଚି ମୃତ ଶବକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ଗୁରୁବାର ଦ୍ଵିତୀୟ ଦିନରେ ଘଟଣାସ୍ଥଳକୁ ବଲାଙ୍ଗିର ଓଡ୍ରାଫ ଟିମ୍ ପହଂଚି ବୋଟ୍ ମାଧ୍ୟମରେ ଲାନ୍ଥ ନଦୀର ବିଭିନ୍ନ ଦିଗକୁ ନେଇ ଯୁବତୀର ମୁଣ୍ଡ ଖୋଜାଖୋଜି କରିଥିଲେ ମଧ୍ୟ ନମିଳିବାରୁ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇପଡିଛି । ଘଟଣାସ୍ଥଳରେ ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ରନାଥ ଶତପଥି, ସଇଁତଲା ଆଇଆଇସି ଅବନୀ କୁମାର ସାହୁ, ସଇଁତଲା ଥାନା ଏସଆଇ ସଂଗୀତ ବେକ, ବଲାଙ୍ଗିର ଓଡ୍ରାଫ୍ ଟିମର ହାବିଲଦାର ରମେଶ ମିଶ୍ର ଓ ପ୍ରସନ୍ନ ଖମାରୀ ଘଟଣାସ୍ଥଳକୁ ପହଂଚି ନଦୀର ଚାରିପାର୍ଶ୍ଵର ବିଭିନ୍ନ ଦିଗକୁ ନେଇ ଖୋଜାଖୋଜା ଆରମ୍ଭ କରିଛନ୍ତି । ବର୍ତମାନ ପର୍ଯ୍ୟନ୍ତ କୌଣସି ପତ୍ତ୍ତା ମିଳିନାହିଁ । ଯୁବତୀକୁ ହତ୍ୟା କରି ମୁଣ୍ଡକୁ କାଟି ଗଣ୍ଡିକୁ ଲାନ୍ଥ ନଦୀ ପାଣି ସ୍ରୋତରେ ପକାଇ ଦେଇ ଅଭିଯୁକ୍ତମାନେ ଫେରାର ଥିବା ପୋଲିସ ସନ୍ଦେହ କରୁଛି । ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ଟିଟିଲାଗଡ଼କୁ ପଠାଇ ତଦନ୍ତ ଚଲାଇଥିବା ଜଣାଯାଇଛି । ପ୍ରକାଶ ଯେ, ଗତ ବିଳମ୍ବିତ ରାତିରେ ଜଣେ ଯୁବତୀଙ୍କୁ କମରଲଗା ଲାନ୍ଥ ନଦୀ କୂଳରେ ହତ୍ୟା କରି ନଦୀର ପାଣି ସ୍ରୋତରେ ପିଙ୍ଗି ଦେଇଥିବାରୁ ଅଞ୍ଚଳରେ ଚଞ୍ଚଲ୍ୟ ଖେଳିଯାଇଛି । ଗତ ବୁଧବାର ସକାଳୁ ଲୋକେ ନଦୀକୁ ଗାଧେଇବାକୁ ଆସିଥିବା ବେଳେ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳକୁ ପହଂଚିଥିଲା । ଏପରିକି ନଦୀ କୂଳରେ ରକ୍ତ ଛିଟା ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଛି । କିଏ ଓ କାହିଁକି କେଉଁ କାରଣରୁ ହତ୍ୟା କରି ଯୁବତୀର ଗଣ୍ଡି ନଦୀ ପାଣି ସ୍ରୋତରେ ପିଙ୍ଗି ଦେଇଥିବା ବେଳେ ମୁଣ୍ଡକୁ ମଧ୍ୟ କୁଆଡେ ପିଙ୍ଗି ଥିବାରୁ ଏ ନେଇ ପୋଲିସ ବିଭିନ୍ନ ଦିଗକୁ ନେଇ ଅନୁସନ୍ଧାନ ଲଗାଇ ଖୋଜାଖୋଜି ଚଳାଇଛି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଯୁବତୀଙ୍କ ଚି଼ହ୍ନଟ ହୋଇ ପାରି ନଥିବାରୁ ପୋଲିସ ପାଇଁ ମୁଣ୍ଡବ୍ୟଥା ହୋଇପଡିଛି ।