pr

କ.ନୂଆଗାଁରେ ଅହିଂସା ରଥକୁ ସ୍ୱାଗତ

dr. purohit

କ.ନୂଆଗାଁ : କନ୍ଧମାଳ ଜିଲ୍ଲାରେ ପହଞ୍ଚିଥିବା ଅହିଂସା ରଥକୁ କ.ନୂଆଗାଁ ବ୍ଲକ ପ୍ରଶାସନ ପକ୍ଷରୁ ସାରଙ୍ଗଡ ଥାନା ପାଖରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏଥିରେ ପ୍ରଶାସନ ଅଧିକାରୀ, ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀ ଉପସ୍ଥିତ ରହି ରଥକୁ ପୂଜା ଅର୍ଚ୍ଚନା କରି ସ୍ୱାଗତ କରିଥିଲେ। ରଥରେ ଆସିଥିବା ସଂଯୋଜକ ତପେଶ୍ୱର ଜଗତଙ୍କୁ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର, ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ବିଡ଼ିଓ ଶରତ କୁମାର ପାତ୍ର, ଜିପିଓ ପ୍ରଦୀପ କୁମାର ମହାନ୍ତି ସ୍ଥାନୀୟ ସରପଞ୍ଚ ବରୁଣ କହଁର, ସମିତି ସଭ୍ୟ ରୀନା ପ୍ରଧାନ, କୃଷ୍ଣ ମୋହନ ପାଣୀଗ୍ରାହୀ, ସହଦେବ ପାତ୍ର ଓ ତହସିଲଦାର ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଇଥିଲେ । ବିଭିନ୍ନ ପାରମ୍ପରିକ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହିତ ରଥକୁ ସ୍ୱାଗତ କରି ସାରଙ୍ଗଡ ଓ କ.ନୂଆଗାଁ ପରିକ୍ରମା କରି ବ୍ଲକ କାର୍ୟ୍ୟାଳୟ ଠାରେ ରହିଥିଲା । ଏଲ୍ଇଡି ଭିଡିଓରେ ଗାନ୍ଧୀଜୀଙ୍କ ଓଡ଼ିଆ ଆଗମନ ଏବଂ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଉପରେ ଭିଡିଓରେ ପ୍ରଦର୍ଶନ ହୋଇଥିଲା ।

nrusinghnath
Leave A Reply

Your email address will not be published.