oom

କୁରଲୁବାହାଲ ଗ୍ରାମ୍ୟ ଜଙ୍ଗଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ବନ୍ଧୁମିଳନ/କର୍ମୀ ସମ୍ମିଳନୀ

jsmm

ବଙ୍ଗୋମୁଣ୍ଡା/ମୁରିବାହାଲ, (ଅର୍ଜୁନ କୁମାର ହଂସ) : ଓଡିଶାର ଅପ୍ରତିଦ୍ୱନ୍ଦି, ଅଦ୍ଵିତୀୟ ଏକମାତ୍ର ନିରପେକ୍ଷ ରାଜନୈତିକ ଦଳ ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ମୁରିବାହାଲ ବିଜେଡ଼ି ତରଫରୁ ଆଜି ରବିବାର ଦିନ ପୂର୍ବତନ ବ୍ଲକ ଅଧ୍ୟକ୍ଷ, ବିଜେଡ଼ି ବରିଷ୍ଠ ନେତା ତଥା ବିଜେଡ଼ି ରାଜ୍ୟ ସମ୍ପାଦକ ହଂସରାଜ ଜୈନଙ୍କ ନେତୃତ୍ୱରେ ଚନାବାହାଲ ଜିପି କୁରଲୁବାହାଲ ଗ୍ରାମ୍ୟ ଜଙ୍ଗଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ବନ୍ଧୁମିଳନ/କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୃକ୍ଷ ରୋପଣ ଓ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଜେଡ଼ି ବରିଷ୍ଠ ନେତା ଦିଲୀପ କୁମାର ପୃଷ୍ଟି ଏବଂ ଯୋଗଦାନ କରିଥିଲେ ବିଜେଡ଼ି ବରିଷ୍ଠ ନେତା/ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ମହେଶ ପୁଟେଲ, ପୂର୍ବତନ ସରପଞ୍ଚ କଶ୍ୟପ ସରାଫ, ପୂର୍ବତନ ସରପଞ୍ଚ ଯୁଧିଷ୍ଠିର ଭାରାସଗରିଆ, ପୂର୍ବତନ ସମିତି ସଭ୍ୟ ମଳୟ ପୁଟେଲ, ସିରୋଲ ସରପଞ୍ଚ ପ୍ରତିନିଧି ଲମ୍ବୁଧର ବଗର୍ତ୍ତି, ବରିଷ୍ଠ ବିଜେଡ଼ି ନେତା ବୁଦ୍ଧଦେବ ମହାକୁର ଓ ଗୌତମ ଖେତି, ଦିଲୀପ କୁମାର ମହାନ୍ତି, ମୁକୁନ୍ଦ ମେହେର । ସମିତି ସଭ୍ୟ ଜଳନ୍ଧର ପ୍ରଧାନୀ, ଦୁଷ୍ମନ୍ତ ନାଗ, ଲିଙ୍ଗରାଜ ମାଝୀ ଓ ବିଜେଡ଼ି ଯୁବ ସମ୍ପାଦକ ମାନସ ରଞ୍ଜନ ଖମାରୀ ଓ ପୂର୍ବତନ ବ୍ଲକ ଉପଧ୍ୟାକ୍ଷା ପ୍ରତିନିଧି ଜୟକିଷାନ ବାଗ, ସାମନ୍ତ ବାଗ, ତପନ ଦୀପ, ପିଣ୍ଟୁ ଦୀପ, ବରୁଣ ଲୁହା, ଆନନ୍ଦ ପଟ୍ଟନାୟକ, ରବି ବିଶି, ଟୁକୁ ମେହେର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଅଶ୍ୱିନୀ ମାଝୀ, ଦୁଆରୀ ତାଣ୍ଡି, ନରେନ୍ଦ୍ର ମହାରଣା, ସୋନୁ ଖମାରୀ, ମୁନି ପୁଟେଲ, ସତ୍ୟ ବେହେରା, ଜନାର୍ଦନ ଧାରୁଆ, ଶନୋଜ ମହାନନ୍ଦ, ଦେବାଶିଷ ମହାନ୍ତି ସହିତ ଗ୍ରାମର ଶତାଧିକ ଆଗ୍ରହୀ କର୍ମକର୍ତ୍ତା । ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅତି ସୁରୁଖୁରୁରେ ସମାପନ ହୋଇଥିବା ହେତୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଆବାହକ ହଂସରାଜ ଜୈନ । ରୋପଣ କରାଯାଇଥିବା ବୃକ୍ଷର ଯତ୍ନ ନେବାପାଇଁ ସ୍ଥାନୀୟ ଗ୍ରାମବାସୀଙ୍କୁ ଅନୁରୋଧ ମଧ୍ୟ କରିଥିଲେ ଏବଂ ଆଗାମୀ ଦିନରେ ବିଜେଡିକୁ ସମୃଦ୍ଧ କରିବା ପାଇଁ ଆହ୍ୱାନ କରିଥିଲେ ।

jittmm
Leave A Reply

Your email address will not be published.