ତୁଳସୀନଗରରେ କଳା ରଙ୍ଗର ସଫାରୀ କାର୍‌ ଦୁର୍ଘଟଣା ଗ୍ରସ୍ତ : ଅଳ୍ପକେ ବର୍ତ୍ତିଲେ ଚାଳକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ତୁଳସୀନଗର ଠାରେ ଏକ କଳା ରଙ୍ଗର ସଫାରୀ କାର୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଚାଳକ ଜଣକ । ସୂଚନା ଅନୁସାରେ ଗାଡିଟି ମନୋହରପୁର ପଟୁ ଟାଉନକୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଚାଳକ ଜଣକ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି । ଦୁର୍ଘଟଣା ଗ୍ରସ୍ତ ହୋଇଥିବା କଳା ରଙ୍ଗର ସଫାରୀ କାରର ନମ୍ବର ଟି ହେଉଛି ପିବି୦୬ ଏଚ୍‌ ୬୩୦୪ ।

Leave A Reply

Your email address will not be published.