ଦୋକାନ ଉପରକୁ ବୋମା ମାଡ ଘଟଣା : ଆଉ ଜଣେ ଗିରଫ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ଏକ ଦୋକାନ ଉପରକୁ ଗତ କିଛି ଦିନ ତଳେ ବୋମା ମାଡ଼ ହୋଇଥିଲା । ଏହି ଘଟଣାରେ ପୋଲିସ ଆଉ ଜଣକୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତି ଜଣକ ହେଲେ ଛତ୍ରପୁର ଥାନା ଉମୁରି ଗ୍ରାମର ରଞ୍ଜନ ବେହେରା । ପୂର୍ବରୁ ତିନି ଜଣ କୋର୍ଟ ଫରୱାର୍ଡ଼ ହୋଇଥିଲେ । ବର୍ତ୍ତମାନ ଏହି ବୋମା ମାଡ଼ ଘଟଣାରେ ମୋଟ ୪ ଜଣ କୋର୍ଟ ଚାଲାଣ ହୋଇଛନ୍ତି । ବୋମା ମାଡ଼ ଘଟଣାରେ ସମ୍ପୃକ୍ତ ରଞ୍ଜନକୁ ପୋଲିସ ଗୋଡ଼ାଇବା ବେଳେ ପୋଲିସକୁ ଦେଖି ରଞ୍ଜନ ଛାତ ଉପରୁ ଡେଇଁ ଆହତ ହୋଇ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିଲେ । ମେଡିକାଲରୁ ସୋମବାର ଡିସ୍ଚାର୍ଜ ହେବାପରେ ରଞ୍ଜନକୁ ଉଠାଇନେଇଥିଲା ଗଞ୍ଜାମ ଥାନା ପୋଲିସ । ପ୍ରକାଶ ଯୋଗ୍ୟ ଯେ, ପ୍ରେମ ବ୍ୟାପାରକୁ ନେଇ ଏହି ବୋମା ମାଡ଼ ହୋଇଥିଲା ବୋଲି ଗଞ୍ଜାମ ଥାନା ପୋଲିସ ସ୍ୱଷ୍ଟ କରିଛି ।

Leave A Reply

Your email address will not be published.