pr

‘ନବୀନ’ କାର୍ଯ୍ୟାଳୟରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଓ ଦେଶାତ୍ମବୋଧକ କବିତା ପାଠ ଅନୁଷ୍ଠିତ

dr. purohit

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ସ୍ଥାନୀୟ ‘ନବୀନ’ କାର୍ଯ୍ୟାଳୟରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ୭୬ତମ ସ୍ୱାଧୀନତା ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଦେଶାତ୍ମବୋଧକ କବିତା ପାଠ କରାଯାଇଥିଲା । ଡ଼. ଡ଼ମ୍ବରୁଧର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ନବୀନର ସମ୍ପାଦକ ରବି ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ସମ୍ପାଦକ କପିଳ ଚନ୍ଦ୍ର ମହାନ୍ତି, ସମାଜସେବୀ ରାମକୃଷ୍ଣ ପାତ୍ର, ନବୀନର ପ୍ରକାଶିକା ମଞ୍ଜୁ ରଥ, ବି. ସତ୍ୟମ ଆଚାରୀ, ପବିତ୍ର କୁମାର ଚୌଧୁରୀ, ମାନସ ରଞ୍ଜନ ତ୍ରିପାଠୀ, ସୁଶାନ୍ତ କର, ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ, ଅଜିତ କୁମାର ଚୌଧୁରୀ, ଅକ୍ଷୟ ଦାଶ, ସମାଜସେବୀ ଏସ୍‌. ପ୍ରକାଶ ଚନ୍ଦ୍ର ପାତ୍ର, ସନ୍ତୋଷ ସାଗର ମଲ୍ଲିକ, ରଞ୍ଜନ କୁମାର ପଣ୍ଡା, ରାଜେନ୍ଦ୍ର କୁମାର ପାଣିଗ୍ରାହୀ, ବନ୍ଦନା ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରି ସ୍ୱରଚିତ କବିତା ପାଠ କରିଥିଲେ ।

nrusinghnath
Leave A Reply

Your email address will not be published.