ଆର୍‌ଟିଓ ତରଫରୁ ହେଲମେଟ ଓ ଲାଇସେନ୍ସ ଚେକିଙ୍ଗ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏଥିପାଇଁ ଟ୍ରାଫିକ ଗାଇଡ ଲାଇନ ମାନିବା ନିହାତି ଆବଶ୍ୟକ । କିନ୍ତୁ କେତେକ ଅମାନିଆ ଏହି ଗାଇଡ ଲାଇନକୁ ନମାନି ହେଲମେଟ ନ ପିନ୍ଧିବା, ଗାଡିରେ ଯାଉଥିବା ବେଳେ ମୋବାଇଲ ବ୍ୟବହାର କରିବା ଏବଂ ସିଟ ବେଲ୍‌ଲ୍ଟ ନ ଲଗାଇବା ଆଦିକୁ ଆଖି ଆଗରେ ରଖି ଆଜି ଆର୍‌ଟିଓ ତରଫରୁ କାହୁଁ ଚରଣ ବାନ୍ଦ୍ରା, ଯଶୋବନ୍ତ ଚିଂହାରା ଏବଂ ଅନ୍ୟାନ୍ୟ ଏନ୍‌ଫୋର୍ସମେଣ୍ଟ ଷ୍ଟାଫ୍‌ଙ୍କ ମିଳିତ ଉଦ୍ୟମରେ ବଲାଙ୍ଗିର-ପାଟଣାଗଡ ରୋଡ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ହେଲମେଟ, ଡ୍ରାଇଭିଂ ଲାଇସେନ୍ସ, ଚାରିଚକିଆ ଯାନରେ ସିଟ ବେଲ୍ଟ ଆଦି ଚେକିଙ୍ଗ କରାଯାଇଥିବା ଜଣାପଡିଛି । ଏହି ଚେକିଙ୍ଗ୍‌ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ଅଗଷ୍ଟ ୩୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ୫୦ରୁ ଅଧିକ ଅମାନିଆଙ୍କୁ ଚାଲାଣ କଟାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.