ନିଷ୍ଠା ପରିବାରର ସ୍ୱାଧୀନତା ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ପକ୍ଷରୁ ସ୍ୱାଧୀନତାର ଅମୃତ ମହୋତ୍ସବ ତଥା ୭୬ତମ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରାଯାଇ ସ୍‌ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ନିଷ୍ଠା ଭବନଠାରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଫଟୋଚିତ୍ର, ପୁରୁଣା ମୁଦ୍ରା/ନୋଟ୍, ଦେଶ ମାତୃକାର ସେବାରେ ବ୍ରତୀ ହୋଇ ସହିଦ ହୋଇଥିବା ବୀର ଯବାନଙ୍କ ବିଷୟରେ ପ୍ରକାଶିତ ଖବର କାଗଜର ଅଂଶ ବିଶେଷର ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଫିତା କାଟି ଏହି ପ୍ରଦର୍ଶନୀର ଉଦ୍‌ଘାଟନ କରିଥିଲେ । ଏହାର ସଂଗ୍ରାହକ ହେଉଛନ୍ତି ବରଗଡ଼, ଡାଙ୍ଗ ନଦୀପଡାର ଗୋବର୍ଦ୍ଧନ ତ୍ରିପାଠୀ । ଶ୍ରୀ ତ୍ରିପାଠୀ ୧୯୮୫ ମସିହାଠାରୁ ଏହି ସବୁ ସଂଗ୍ରହ କରି କରି ଆଜି ପ୍ରଥମ କରି ତାଙ୍କ ସଂଗ୍ରହ ସମୂହ ପ୍ରଦର୍ଶିତ ହେଲା ବୋଲି ଭାବ ବିହ୍ୱଲ ହୋଇ କହିଥିଲେ ଏବଂ ଏହି ସବୁ ସଂଗୃହୀତ ସାମଗ୍ରୀକୁ ସେ ନିଷ୍ଠା ପରିବାରକୁ ହସ୍ତାନ୍ତର କରିବା ପାଇଁ କହିଥିଲେ । ଏହା ସହିତ ମାରୱାଡି ସମ୍ମେଳନ, ବରଗଡ଼ ଶାଖା ଦ୍ୱାରା ନିଷ୍ଠା ଭବନଠାରେ ନିଷ୍ଠା ପରିବାରକୁ ସମାଜ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ଓ ସହିଦ ରଞ୍ଜନ ଦାଶଙ୍କ ପରିବାରକୁ ସମ୍ମାନିତ କରିଥିଲେ । ଉତ୍ସବରେ ସମ୍ମାନିତ ଅତିଥି ଭାବରେ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂହ ଓ ବ୍ଲକ ଉପାଧ୍ୟକ୍ଷ ଉମେଶ ଚନ୍ଦ୍ର ପଣ୍ଡା ଯୋଗଦାନ କରିଥିଲେ । ଗୋଟିଏ ଦିନରେ ନିଷ୍ଠା ପରିବାର ଓ ସହୀଦ ରଞ୍ଜନ ଦାଶ ସ୍ମୃତି କମିଟି ତରଫରୁ ତିନୋଟି କାର୍ଯ୍ୟକ୍ରମର ପରିଚାଳନା ତଥା ସଂଯୋଜନାରେ ନିଷ୍ଠାର ଉପଦେଷ୍ଠା ଦୁର୍ବାଦଲ ଷଡ଼ଙ୍ଗୀ, ସଭାପତି ରକ୍ଷପାଲ ସାହୁ, ସମ୍ପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ ଏବଂ ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ ।

Leave A Reply

Your email address will not be published.