csstore

ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ବିଦ୍ୟାଳୟରେ ପ୍ରତିଯୋଗିତା ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସ୍ୱାଧୀନତାର ୭୫ତମ ପୂର୍ତ୍ତି ଅବସରରେ ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଏବଂ ଆଜାଦୀ କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ କଣାସ ବ୍ଲକର ବରଦା ବାଦଲପୁର ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଜୟଶ୍ରୀ ଦାସ, ପ୍ରତିଭା ପ୍ରଧାନ, ତପନ ବେହେରା, ଯଜ୍ଞସେନୀ ପରିଡ଼ା, ମନୋଶ୍ମନୀ ପଟ୍ଟନାୟକ, ପୁରୁଷୋତମ ରାଉତରାୟ, ଅର୍ଚ୍ଚନା ବଳିଆୟାସିହ ପ୍ରମୁଖ ହର ଘର ତ୍ରିରଙ୍ଗା ସଚେତନତା ବାର୍ତ୍ତା ଦେବା ସହ, ଏନେଇ ବିଦ୍ୟାଳୟ ପକ୍ଷରୁ ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ଶିକ୍ଷକ ଚିତ୍ତରଞ୍ଜନ ପଟ୍ଟନାୟକ, ଶିକ୍ଷକ ଶିତାକାନ୍ତ ପ୍ରଧାନ ଓ ସରୋଜ କାନ୍ତ ପ୍ରଧାନ, ଶିକ୍ଷୟିତ୍ରୀ ସ୍ନେହଲତା ପଣ୍ଡା, ଖେଳ ଶିକ୍ଷକ ବିଭୁତି କୁମାର ସାମନ୍ତରାୟ, ଶିକ୍ଷକ ଶ୍ୟାମସୁନ୍ଦର ଜେନା ପ୍ରମୁଖ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.