ବାଙ୍କେଲ ଭାରପ୍ରାପ୍ତ ଆର୍‌ଆଇ ତଥା ଏଆର୍‌ଆଇ ଜିଲୁ ବିଶ୍ୱାଳଙ୍କୁ ସସ୍‌ପେଣ୍ଡ କଲେ ଜିଲ୍ଲାପାଳ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲ ବାଙ୍କେଲ ସର୍କଲ ଅନ୍ତର୍ଗତ ତେନ୍ତୁଲିଖୁଣ୍ଟି ପଂଚାୟତ ଖଜୁରପଡା ଗାଁରେ ମୃତ ବ୍ୟକ୍ତିଙ୍କ ନାଁରେ ଜମି ଜାଲିଆତି ଘଟଣାରେ ବଲାଙ୍ଗିର ଜିଲ୍ଲାପାଳ ଚିଠି.୨୧/୬୦ ତା. ୦୬/୦୮/୨୨ରିଖରେ ବାଙ୍କେଲ ଭାରପ୍ରାପ୍ତ ଆର୍‌ଆଇ ତଥା ଏଆର୍‌ଆଇ ଜିଲୁ ବିଶ୍ୱାଳଙ୍କୁ ସସ୍‌ପେଣ୍ଡ କରିଥିବା ସୂଚନା ମିଳିଛି । ତେବେ ଜମି ଜାଲିଆତି ମାମାଲାରେ ଜିଳୁ ବିଶ୍ୱାଳ ସଂପୃକ୍ତ ଥିବା ନେଇ ମୁରିବାହାଲ ତହସିଲଦାର ମୁରିବାହାଲ ଥାନାରେ ଏକ ଏତଲା ଦେଇଥିଲେ ।

Leave A Reply

Your email address will not be published.