ତଟ୍ଟସୁରକ୍ଷା ଆପେକ୍ସ କମିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଭିନ୍ନ ତଟ୍ଟ-ନିରାପତ୍ତା ସଂସ୍ଥାମାନଙ୍କ ମଧ୍ୟରେ ସମନ୍ୱୟ ରଖି ସୁରକ୍ଷାକୁ ଦୃଢ଼ିଭୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ଚିଲିକାସ୍ଥିତ ଭାରତୀୟ ନୌବାହିନୀ ଷ୍ଟେସନସରେ ଅନୁଷ୍ଠିତ ତଟ୍ଟସୁରକ୍ଷା ଆପେକ୍ସ କମିଟି ବୈଠକରେ ଅଧ୍ୟକ୍ଷତାକରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶାର ପୂର୍ବତଟ୍ଟସୁରକ୍ଷା ନିମନ୍ତେ ପ୍ରତିଷ୍ଠା କରାଯାଇଥିବା ତଟ୍ଟ ସୁରକ୍ଷା ପୋଲିସ୍ ଷ୍ଟେସନ୍, କୋଷ୍ଟଗାର୍ଡ, ନୌବାହିନୀ, ବିଭିନ୍ନ ବନ୍ଦର କର୍ତ୍ତୁପକ୍ଷ, ମତ୍ସ ଓ ପଶୁସଂପଦ ବିଭାଗ, ବନ ବିଭାଗ ଆଦି ପରସ୍ପର ମଧ୍ୟରେ ଇଣ୍ଟେଲିଜେନସର ନିୟମିତ ଆଦାନ ପ୍ରଦାନ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ସୂଚନା ସରବରାହ ବ୍ୟବସ୍ଥା, କମାଣ୍ଡ୍ ଏବଂ କଟ୍ରୋଲ୍ ବ୍ୟବସ୍ଥା, ସମୁଦ୍ର ମଧ୍ୟରେ ଦୃତ ଗତିକରି ପାରୁଥିବା ବୋଟ୍ ଆଦିକୁ ପରସ୍ପର ମଧ୍ୟରେ ମିଳିତ ଭାବେ ବ୍ୟବହାର କରିବା ସହ ନିରୀକ୍ଷଣ ଓ ସୁରକ୍ଷା ବ୍ୟବସ୍ଥାକୁ ତୃଟିମୁକ୍ତ କରିବା ପାଇଁ ଉଭୟ ମୁଖ୍ୟ ଶାସନ ସଚିବ ଏବଂ ନୌବାହିନୀ ଭାଇସ୍ ଆଡମିରାଲ୍ ବିଶ୍ୱବିତ୍ ଦାସଗୁପ୍ତା ନିର୍ଦ୍ଦେଶ ଦେଇଥିଲେ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.