oom

ରମ୍ଭା ଶାଖା ପ୍ରଜାପିତା ବ୍ରହ୍ମକୁମାରୀର ପବିତ୍ର ରକ୍ଷା ବନ୍ଧନ ଉତ୍ସବ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ଥାନୀୟ ଦଳବେହେରା କଲ୍ୟାଣ ମଣ୍ଡପ ପରିସରରେ ରମ୍ଭା ଶାଖା ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଥମେ ଭାରତର ନବ ନିଯୁକ୍ତ ଓଡିଶା ନିବାସୀ ସ୍ୱପରିବାର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ସର୍ବ ସମ୍ମତି କ୍ରମେ ଶୁଭେଚ୍ଛା ଜଣାଇବା ସହ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଉଛି । ବିଗତ ଦୁଇ ବର୍ଷ ଧରି କରୋନା କଟକଣା ଚାଲିଥିବା ବେଳେ ଚଳିତ ବର୍ଷ କଟକଣା ହଟିବା ପରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ରକ୍ଷା ବନ୍ଧନ ଉତ୍ସବ ତାପର୍ଯ୍ୟ, ଉପକାର ଅପକାର, ଉଦ୍ଧେଶ୍ୟ ଓ ଅନାବଶ୍ୟକ ଉପରେ ମଞ୍ଚାସୀନ ବ୍ରହ୍ମକୁମାରୀ ଭଉଣୀ ଓ ନିମନ୍ତ୍ରିତ ଅତିଥିମାନେ ଆଲୋକପାତ କରିଥିଲେ । ଏଥିସହ ରାଜଯୋଗ ନିତ୍ୟ ଜୀବନରେ ଆପଣେଇବା ଦ୍ୱାରା ସୁଖ ସମୃଦ୍ଧିପ୍ରାପ୍ତ ଉତ୍ସର ପ୍ରେରଣା ପ୍ରଦାନ କରିବେ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ବ୍ରହ୍ମକୁମାରୀ ଲିଲି ଭଉଣୀ, ପାର୍ବତୀ ଭଉଣୀ, ଡ଼. ନିବେଦିତା ରାୟ ବକ୍ସି, ସମାଜସେବୀ ଭୀମସେନ ବେହେରା, ବିଜୟ ମିସ୍ତ୍ରୀ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ତତ ସହିତ ପାରିପାର୍ଶ୍ଵିକ ଅଞ୍ଚଳର ବିଭିନ୍ନ ସେବାକେନ୍ଦ୍ରର ବ୍ରହ୍ମକୁମାରୀ ଓ ବ୍ରହ୍ମକୁମାର ଭାଇ ଭଉଣୀମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ସେବାକେନ୍ଦ୍ରର ବ୍ରହ୍ମକୁମାର ପ୍ରଭାତ, ଶରତ, ସୁଦର୍ଶନ, ଅକ୍ଷୟ, ଶଙ୍କର ଓ ଲକ୍ଷ୍ମୀ ଭଉଣୀ ସମେତ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.