oom

ଡାଇରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ବିଦ୍ୟାଳୟଠାରେ ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ଡାଇରିଆ ନିରାକରଣ ଉପଲକ୍ଷେ ଏକ ଜନ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଜାଣ୍ଡାଳ ମିଶ୍ରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେରମେଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସରୋଜ ମିଶ୍ର ଓ ସମ୍ମାନିତ ଅତିଥି ଭାବେ ବ୍ଲକ କଲୋନୀ ସିଆରସିସି ଚିନ୍ତାମଣି ସାହୁ ଯୋଗ ଦେଇଥିଲେ । ବରିଷ୍ଠ ଶିକ୍ଷକ ବିଶ୍ୱନାଥ ମେହେର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଜୁନିୟର ରେଡକ୍ରସ କାଉନସିଲର ରାମ ନାରାୟଣ ଦାଶ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଡାଇରିଆରୁ ରକ୍ଷା ପାଇବା ପାଇଁ ହାଲୋଜେନ ବଟିକା ପଡିଥିବା ପାଣି ବା ବିଶୁଦ୍ଧ ଫୁଟାପାଣି ପିଇବା, ବାହାରେ ମଳ ତ୍ୟାଗ ନ କରି ପାଇଖାନା ବ୍ୟବହାର କରିବା, ହାତକୁ ଭଲ ଭାବରେ ସର୍ବଦା ଧୋଇବା, ତଟକା ଏବଂ ଗରମ ଖାଦ୍ୟ ଖାଇବା, ତରଳ ଝାଡା ହେଲେ ଓଆରଏସ୍‌ ଦ୍ରବଣ ସହିତ ଜିଙ୍କ ବଟିକା ୧୪ ଦିନ ପର୍ଯ୍ୟନ୍ତ ନିୟମିତ ସେବନ କରିବା ସହ ସ୍ୱାସ୍ଥ୍ୟକର୍ମୀ ତଥା ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଲିଙ୍ଗରାଜ ନନ୍ଦ, ହିମାଂଶୁ ଶେଖର ବିଶ୍ୱାଳ, ସମୀର ସେଠୀ, ଦୀପକ ସେନ୍‌ ଧରୁଆ, ଶିକ୍ଷୟତ୍ରୀ ଗାୟତ୍ରୀ ବାରିକ, କାନ୍ତୀ ଭୋଇ, ଯଶୋବନ୍ତୀ ସୁନା, ଦ୍ରୋପଦୀ ଭୋଇ, ଆଶାକର୍ମୀ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ସୁଦର୍ଶନ ଦାଶ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ରେଣୁକା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.