ସମ୍ବର୍ଦ୍ଧିତ ହେଲେ ମେଧାବୀ ଛାତ୍ରୀ ପ୍ରତ୍ୟାଶା ପ୍ରିୟଦର୍ଶିନୀ ହୋତା

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗାଠାରେ ଅନୁଷ୍ଠିତ ହୋଇଥିବା ପ୍ରଧାନ ଆଚାର୍ଯ୍ୟ ଓ ସଂପାଦକ ସମ୍ମିଳନୀରେ ମ. ରାମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପଞ୍ଚମ ଶ୍ରେଣୀ ପ୍ରାଦେଶିକ ମେଧା ବୃତ୍ତିରେ ରାଜ୍ୟରେ ଅଷ୍ଟମ ସ୍ଥାନ ଅଧିକାର କରିଥିବାରୁ ସମ୍ବର୍ଦ୍ଧିତ ହୋଇଥିଲେ । ଅତିଥିଙ୍କ ସହ ଏହି ସମ୍ବର୍ଦ୍ଧନା ସମୟରେ ପ୍ରତ୍ୟାଷାଙ୍କ ବାପା ଶିକ୍ଷକ ମୁକେଶ କୁମାର ହୋତା ଓ ମାତା ସ୍ୱରୂପା ରାଣୀ ହୋତା, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପବିତ୍ର ମୋହନ ସାହୁ, ପରିଚାଳନା କମିଟିର ସଭାପତି ରଜନୀ କାନ୍ତ ମହାଖୁଡ ପ୍ରମୁଖ ଉପସ୍ଥିତ ଥିଲେ । ବର୍ତ୍ତମାନ ପ୍ରତ୍ୟାଶା ମଦନପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି ।

Leave A Reply

Your email address will not be published.