oom

ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

jsmm

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ବିଭାଗ ଓ ବେଦାନ୍ତ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଲାଞ୍ଜିଗଡ ବ୍ଲକର ବାତେଲିମା, ଜଗନ୍ନାଥପୁର, ଛତ୍ରପୁର, ଚମ୍ପାଦେଇପୁର, ବସନ୍ତପଡା, ଲାଞ୍ଜିଗଡ ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ଥାନରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏସବୁ କାର୍ଯ୍ୟକ୍ରମରେ ଅତିଥି ଭାବେ ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ବିଭାଗ ମୁଖ୍ୟ ବିଭୁଦେନ୍ଦୁ ପଣ୍ଡା, ସିଏସ୍‌ଆର୍ ବିଭାଗର ଦିଲ୍ଲୀପ ପ୍ରଜାପତି, ବେଦାନ୍ତ ହସ୍ପିଟାଲ ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତି, ଡା. ପ୍ରଶାନ୍ତ ପରମାଣିକ, ଡା. ଗୀତାଞ୍ଜଳି ଦେଇ, ଡା. ଚାରୁବାଳା ସାହୁଙ୍କ ସମେତ ସ୍ଥାନୀୟ ଜନ ପ୍ରତିନିଧି, ଆଶା, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଓ ବହୁ ସଂଖ୍ୟାରେ ଗର୍ଭବତୀ ଓ ପ୍ରସୂତି ମହିଳା ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.