ଭାରତୀୟ ବାୟୁସେନାର ପରାମର୍ଶ ଶିବିର

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ଟିର୍ଲି ଆମ୍ବାଗୁଡ଼ାଠାରେ ଥିବା ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଭାରତୀୟ ବାୟୁସେନା ତରଫରୁ ଏକ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କର୍ମ ନିୟୋଜନ କାର୍ଯ୍ୟାଳୟ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମର ସଭାପତି ଅଧ୍ୟକ୍ଷ ଡ ରଞ୍ଜନ କୁମାର ବେହେରାଙ୍କ ଉପସ୍ଥିତିରେ ହୋଇଥିଲା । ମୁଖ୍ୟବକ୍ତା ଭାବେ ଭାରତୀୟ ବାୟୁସେନାର ଦୁଇ ପ୍ରମୁଖ ଅଧିକାରୀ ସର୍ଜନ କୃଷ୍ଣାରାମ ଓ ଭୂପେନ୍ଦ୍ର ସିଂ ଯୋଗଦେଇ ଛାତ୍ର ମାନଙ୍କ ସହିତ ବାୟୁସେନା ବିଷୟରେ ସବିଶେଷ ଆଲୋଚନା କରିଥିଲେ । କିଭଳି ଭାବରେ ନିଜକୁ ଏହି ବିଭାଗରେ ସାମିଲ୍ କରାଇ ପାରିବେ ସେ ବିଷୟରେ ବୁଝାଇଥିଲେ । ସମ୍ମାନିତ ଅତିଥି ଭାବରେ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ଆନନ୍ଦ ଚନ୍ଦ୍ର ପଲେଇ ଯୋଗଦେଇ ଯୁବ ଶକ୍ତି ହେଉଛନ୍ତି ରାଷ୍ଟ୍ର ଶକ୍ତି ଏବଂ ଦେଶକୁ ସମୃଦ୍ଧ କରିବାରେ ଛାତ୍ର ନିଜକୁ ସାମିଲ୍ କରିବାକୁ ପ୍ରେରଣା ଦେଇଥିଲେ ।

ସହକାରୀ ପ୍ରଫେସର ଡ. ଅରବିନ୍ଦ କୁମାର ଓଝା ଅଗ୍ନିବୀରଙ୍କ ମହନୀୟତା ସଂପର୍କରେ ଅବଗତ କରାଇଥିଲେ । ପ୍ରଶ୍ନଉତ୍ତର ମାଧ୍ୟମରେ ଛାତ୍ର ମାନଙ୍କ ବିଭିନ୍ନ ସନ୍ଦେହମୋଚନ କରାଯାଇଥିଲା । କାର୍ୟ୍ୟକ୍ରମର ଶେଷ ଭାଗରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ସହକାରୀ ପ୍ରଫେସର ରାଜୀବ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ଡ ଲକ୍ଷ୍ମୀ ବେହେରା, ଶ୍ରବଣ କୁମାର ପୁଝାରୀ, ସୁଲୋଚନା ନାୟକ, ଜିଭିଭି ରଞ୍ଜିତା, ମୋନାଲିସା ନାଗ, ସୁମନ୍ତ ବାଘେଲ୍, ପଲ୍ଲବୀ ସାହୁ ତଥା ସମସ୍ତ ଛାତ୍ରଛାତ୍ରୀ ସ୍ବେଚ୍ଛାସେବୀ ଯୋଗଦେଇ କାର୍ୟ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.