jayashree

ଆଜିଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ପଟ୍ଟାମୁଣ୍ଡାଇ : ଆଜିଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । ପର୍ଯ୍ୟଟକଙ୍କ ଆସିବାକୁ ନେଇ ସ୍ୱତନ୍ତ୍ର ଆୟୋଜନ ହୋଇଛି । ସ୍ୱାଗତ କରିବାକୁ ଭିତରକନିକାରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ନୂତନ ଲୁଣା ନର୍ସରୀ, ବିଳାସପୂର୍ଣ୍ଣ ଏସି ରେଷ୍ଟୁରାଣ୍ଟ, ବ୍ୟାଟେରୀ ବୋଟ୍ ସାଙ୍ଗକୁ ବୋଟ୍‌ରେ ଲାଇବ୍ରେରୀ ବ୍ୟବସ୍ଥା ପର୍ଯ୍ୟଟକ ଏଥର ପାଇବେ । ଭିତରକନିକାକୁ ଆସିବାକୁ ଡାଙ୍ଗମାଳ ମୁଖ୍ୟ ଫାଟକ ଦେଇ ଏବଂ ଜଳପଥରେ ପ୍ରବେଶ କରିବା ପାଇଁ ଗୁପ୍ତି, ଖୋଳା, ଚାନ୍ଦବାଲି ଦେଇ ଆସିପାରିବେ ପର୍ଯ୍ୟଟକ । ଏହା ଛଡ଼ା ରାତ୍ରିଯାପନ ପାଇଁ ଡାଙ୍ଗମାଳ ଓ ଗୁପ୍ତିରେ କଟେଜ୍ ବ୍ୟବସ୍ଥା ହୋଇଛିା କୁମ୍ଭୀର ପ୍ରଜନନ ପାଇଁ ଭିତରକନିକାକୁ ୩ ମାସ ପାଇଁ ବନ୍ଦ କରାଯାଇଥିଲା ।

Leave A Reply

Your email address will not be published.