ହେନ୍ତାଳବଣର ସୁରକ୍ଷା ଜରୁରୀ : ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜୁଲାଇ ଛବିଶ ହେନ୍ତାଳବଣ ଦିବସ ପାଳନ ଅବସରରେ ସବୁଜ ଡେଲାଙ୍ଗ ଟ୍ରଷ୍ଟ ବୋଳକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ବନମହୋତ୍ସବ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ଜନସେବାକେନ୍ଦ୍ର ଡେଲାଙ୍ଗ ଷ୍ଟେସନ ବଜାରଠାରେ ପରିବେଶ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ଜନସେବା କେନ୍ଦ୍ରର ପରିଚାଳକ କବୀର ପ୍ରଧାନ ବ୍ୟାନର ପ୍ରଦର୍ଶନ କରି କର୍ମଶାଳାକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରକୃତିମିତ୍ର ଆଇନଜୀବୀ ହୃଷୀକେଶ ପାଢ଼ୀ କହିଲେ – ‘ବର୍ତମାନ ହେନ୍ତାଳବଣ ବା ଲୁଣା ଜଙ୍ଗଲର ସୁରକ୍ଷା ଆମ ପାଇଁ ଆବଶ୍ୟମ୍ଭାବି ହୋଇପଡିଛି । ଉପକୂଳ ଅଂଚଳରେ ହେନ୍ତାଳବଣ ଯୋଗୁଁ ଆମ୍ଭେମାନେ ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇପାରୁଛେ । ପରିବେଶ ସୁରକ୍ଷା ତଥା ବନ୍ୟା ବାତ୍ୟା ଦାଉରୁ ଆମ୍ଭେମାନେ ରକ୍ଷା ପାଇ ପାରୁଛୁ । ଅସ୍ତରଙ୍ଗ ଉପକୂଳରେ ଥିବା ହେନ୍ତାଳବଣ ନଷ୍ଟ ହେଉଥିବାରୁ ଶ୍ରୀ ପାଢ଼ୀ କ୍ଷୋଭ ପ୍ରକାଶ କରିବା ସହ ଏହାର ସୁରକ୍ଷା ପାଇଁ ଯଥେଷ୍ଟ ବୃକ୍ଷ ରୋପଣ କରି ପରିବେଶକୁ ବଞ୍ଚାଇବାକୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରଶ୍ମିତା ପଣ୍ଡା, ଧନେଶ୍ୱର ଲେଙ୍କା, ଅବିର ପ୍ରଧାନ, ଦିଲ୍ଲୀପ କୁମାର ପରିଡା, ନବକିଶୋର ବରାଳ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.