oom

ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ଘାସିରାମ ବିଶ୍ୱାଳଙ୍କ ପରଲୋକ

jsmm
  • ଆଇନ ପଢା ସାରି ଗାଁକୁ ଆସି ଜବରଦସ୍ତ ତିଆରି କରିଥଲେ ଫେରିଘାଟ
  • ଗାଁକୁ ରାସ୍ତା ପାଇଁ ଦାନ କରିଥିଲେ ପ୍ରାୟ ଏକ ଏକର ଜମି

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଗୋଛାଡେଙ୍ଗେନ ପଞ୍ଚାୟତର ରାହୁଲ ନଦୀ ପରେ ଥିବା ବୋରିଘାଟ ଗ୍ରାମର ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ଘାସିରାମ ବିଶ୍ୱାଳଙ୍କର ୭୭ ବର୍ଷ ବୟସରେ ଗତ କାଲି ସକାଳ ୧୦.୩୦ରେ ନିଜ ଜନ୍ମ ମାଟିରେ ପରାଲୋକ ହୋଇ ଯାଇଛି । ୧୯୪୬ ମସିହା ମାର୍ଚ୍ଚ ମାସ ୧୫ ତାରିଖରେ ଜନ୍ମ ଗ୍ରହଣ କରିଥିବା ସ୍ୱର୍ଗତ ଘାସିରାମ ମ.ରାମପୁର ଦୁର୍ଗା ମାଧବ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ ପରେ କଳାହାଣ୍ଡି କଲେଜରେ ୧୯୭୧ ବିଏସସିରେ ଗ୍ରାଜୁଏଟ ହେବା ପରେ ସମ୍ବଲପୁର ଲ କଲେଜରେ ଆଇନ ପଢା ସାରିଥିଲେ । ଆଇନ ପଢା ସାରି ଗାଆଁକୁ ଫେରିବା ପରେ ନଦୀ ଆରପଟେ ନିଜ ଗାଁ ଥିବାରୁ ଜୋର୍ ଜବରଦସ୍ତ ଫେରିଘାଟ (ଡଙ୍ଗାଘାଟ) ଆରମ୍ଭ କରିଥଲେ । ପରେ ଏହି ଘାଟକୁ ସ୍ଵୀକୃତି ମିଳିଥିଲା । ଯାହାର ଫଳ ସ୍ୱରୂପ ଗତ କିଛି ବର୍ଷ ତଳେ ମଦନପୁରରୁ ବୋରିଘାଟ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାହୁଲ ନଦୀରେ ସେତୁ ନିର୍ମାଣ ହୋଇ ପାରିଲା । ସେ ଗାଆଁକୁ ରାସ୍ତା ପାଇଁ ନିଜ ଜମିରୁ ପ୍ରାୟ ଏକ ଏକର ଜମି ଦାନ କରିଥିଲେ, ଯାହା ଫଳରେ ରାସ୍ତା ତିଆରି ହୋଇ ପାରିଥିଲା । ଅଞ୍ଚଳର ବିକାଶ ପାଇଁ ସବୁବେଳେ ସେ ସମର୍ପିତ ରହିଥିଲେ । ଆଇନ ପଢା ପରେ କଳାହାଣ୍ଡି ବାର୍ ଓ ପରେ ମ.ରାମପୁର ବାର୍‌ରେ ନିଜର ଓକିଲାତି କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ବଡ ପୁଅ ଶିକ୍ଷକ ଅଶୋକ ବିଶ୍ୱାଳ ଓ ସାନ ପୁଅ ଆଇନଜୀବୀ ଅଜିତ ବିଶ୍ୱାଳଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଗାଁ ଶଶ୍ମାନରେ ତାଙ୍କର ଶବ ସତ୍କାର କରାଯାଇଥିଲା ଏବଂ ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

jittmm
Leave A Reply

Your email address will not be published.