jsm

ପଶ୍ଚିମ ଓଡିଶାର ସଙ୍ଗୀତଜ୍ଞ ସ୍ୱର୍ଗତ ଶ୍ରୀରାମ ଲୁହାଙ୍କ ସ୍ମୃତିରେ ସ୍ମୃତି ସଭା ଅନୁଷ୍ଠିତ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନଠାରେ ବଲାଙ୍ଗିର ଯୁବ କଳାକାର ସଂଘର ସଭାପତି ବିନୋଦ କୁମାର କାଲସାଏଙ୍କ ସଭାପତିତ୍ୱରେ ପଶ୍ଚିମ ଓଡିଶାର ଜଣାଶୁଣା ସଙ୍ଗୀତଜ୍ଞ ସ୍ୱର୍ଗତ ଶ୍ରୀରାମ ଲୁହାଙ୍କ ସ୍ମୃତିରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶାର ଜଣାଶୁଣା ସଂଗୀତଜ୍ଞ ସ୍ୱର୍ଗତ ଶ୍ରୀରାମ ଲୁହାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ସ୍ୱର୍ଗତ ଲୁହା ପଶ୍ଚିମ ଓଡିଶାର ଅନେକ ଲୋକ ସଂଗୀତ ଲୋକ କଳାକୁ ଉଜ୍ଜିବିତ ରଖିବା ପାଇଁ ଚେଷ୍ଟିତ ଥିଲେ । ଅନେକ ଲୋକଗୀତ ମାଧ୍ୟମରେ ପଶ୍ଚିମ ଓଡିଶାର ଘରେ ଘରେ ପରିଚିତ ହୋଇପାରିଥିଲେ । ତାଙ୍କର ବିୟୋଗରେ ତାଙ୍କ ସ୍ଥାନ ଆଉ କେହି ନେଇ ପରିବେ ନାହିଁ ବୋଲି ମତ ପ୍ରକାଶ ପାଇଛି । ତାଙ୍କର ଏ ଅକାଳ ବିୟୋଗରେ ସଂଘ ତରଫରୁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ଏବଂ ଅମର ଆତ୍ମାର ସତଗତି କାମନା କରିବା ସହିତ କଳାକାରମାନେ ସ୍ୱର୍ଗତ ଲୁହାଙ୍କ ସ୍ମୃତି ଚାରଣ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରାବଣୀ ମେହେର, ଶ୍ରୀପଦା ଷଡଙ୍ଗୀ, ଅର୍ଜୁନ ସାହୁ, ରୁକୁ ସୁନା, କ୍ଷିରୋଦ୍ର ବରିହା, ଆର.ଜେ. ମନିସ, ମାଧବ ବାରିକ, ନବିନ ବେହେର, ନବିନ କୁଅଁର, ବ୍ୟାସ ପୁରୋହିତ, ମନୁଦେବ, ହିମାଶୁଂ ଖମାରୀ, ପ୍ରଶାନ୍ତ ବେହେରା, ଜିତୁ କୁମ୍ଭାର, କପିଳେଶ୍ୱର ଖମାରି, ନିଳାଞ୍ଚଳ ନନ୍ଦ, ତରଣୀସେନ ଧରୁଆ, ବିନୟ ସୁନା, ଅଶୋକ ଦୀପ, ଲକ୍ଷ୍ମଣ ନନ୍ଦ, ରବି ଖମାରୀ, ଗୋପାଳ ପ୍ରଧାନ, ପ୍ରଦୀପ ବରିହା, ଥବିର କର୍ମୀ, ପ୍ରଦୁମ୍ନ ମହାନ୍ତି, ମରଲିଧାରି ପତି, ଜନ୍ମଜୟ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.