pakka

ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ବୈଠକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂସ୍କୃତ ପରିଷଦ ବଲାଙ୍ଗିର ପକ୍ଷରୁ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ନାମଯଜ୍ଞ ମିଶ୍ରଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ଭରେ ପଣ୍ଡିତ ବ୍ରଜ ବିହାରି ତ୍ରିପାଠିଙ୍କ ମଙ୍ଗଳାଚରଣ ପାଠ ପରେ ପ୍ରବଚକ ବଂଶୀଧର ଦାନୀ ଭଗବତ ସମ୍ବନ୍ଧୀୟ ତତ୍ତ୍ୱ ଆଲୋଚନା କରିଥିଲେ । ପ୍ରାକ୍ତନ ଅଧ୍ୟକ୍ଷ ସତ୍ୟବନ୍ତ ବେଦବାକ, ଅବସରପ୍ରାପ୍ତ ଅଧ୍ୟାପକ ଟିକେଶ୍ୱର ଗୁରୁ ଓ ଶିକ୍ଷକ ରାଜ କିଶୋର ପଣ୍ଡା ଆଲୋଚିତ ବିଷୟ ଉପରେ ମତାମତ ପ୍ରକାଶ କରିଥିଲେ । ପ୍ରକାଶ ଯେ, ଆସନ୍ତା ୧୧ ଅଗଷ୍ଟ ୨୦୨୨ ଦିବା ଘ.୬ ସମୟରେ ସ୍ଥାନୀୟ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ସଂସ୍କୃତ ଦିବସ ପାଳନ କରାଯିବା ପାଇଁ ସ୍ଥିରିକୃତ କରାଯାଇଛି । ସଭା ଶେଷରେ ପରିଷଦର ସଂପାଦକ ତଥା ଆଇନଜୀବୀ ଜୟରାମ ମିଶ୍ର ଉପସ୍ଥିତ ସଭ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

sixteen − 4 =

error: Content is protected !!