ଆଡ୍‌ଭୋକେଟ୍‌ ଚିନ୍ତାମଣି ରାଉତଙ୍କ ମାତୃ ବିୟୋଗ

ପାଟଣାଗଡ଼, (କେପିଏନ୍‌ଏସ୍‌) : ସରମୁହାଣ ନିବାସୀ ଆଡ୍‌ଭୋକେଟ୍‌ ଚିନ୍ତାମଣି ରାଉତଙ୍କ ମାତା ସୁଶୀଳା ରାଉତ ଗତ କାଲି ସନ୍ଧ୍ୟା ୫ଟା ୧୨ରେ ଇହଧାମ ତ୍ୟାଗ କରିଛନ୍ତି । ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଝିଅ ଗେଲମତି ପଟେଲ୍, ବେଲ ପଟେଲ୍, କ୍ଷୀର ପଟେଲ୍, ଏକ ମାତ୍ର ପୁଅ ଚିନ୍ତାମଣି ଓ ନାତି ଓ ନାତୁଣୀ ମଧ୍ୟ ଉପସ୍ଥିତ ଥିଲେ । ପୁଅ ଚିନ୍ତାମଣି ମୁଖାଗ୍ନି ଦେଇଥିଲେ ।

Leave A Reply

Your email address will not be published.