ବିଶ୍ଵକର୍ମା ବଢେଇ କୁଳ ଗୌଞ୍ଜୁବଂଶର ଶାଖା ବୈଠକ ଅନୁଷ୍ଠିତ

ଚିକିଟି : ବିଶ୍ଵକର୍ମା ବଢେଇ କୁଳ ଗୌଞ୍ଜୁବଂଶର ଶାଖା ବୈଠକ ଅନୁଷ୍ଠିତ ହୋଇଯାଇଛି । ଚିକିଟି ବ୍ଲକ୍ ପିତାତଳି ଠାରେ ବିଶ୍ଵକର୍ମା ବଢ଼ଢେଇ କୁଳ ଗୌଞ୍ଜୁବଂଶର ବୈଠକ ଅସ୍ଥାୟୀ ସଭାପତି ଉଦୟନାଥ ମହାରଣାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ବଂଶର ପରିବାର ତାଲିକା କରି ଦ୍ଵିତୀୟ ସଂସ୍କରଣ ବହି ପ୍ରକାଶ କରିବା ଓ ଆଗାମୀ ମହାସଭାରେ ସ୍ଥାୟୀ ସଭାପତି ଓ କର୍ମକର୍ତ୍ତା ଚୟନ କରିବା ନେଇ ଆଲୋଚନା ହୋଇଥିଲା । ଏଥିରେ ତରାତାରିଣୀ, ସୋରଡା, ହିଞ୍ଜିଳିକାଟୁ, ବ୍ରହ୍ମପୁର, ମହୁରୀ, ପୁର୍ବଖଣ୍ଡ ତାଲୁକାର ବିଭିନ୍ନ ପ୍ରତିନିଧି ଯୋଗଦେଇଥିଲେ । ଚିକିଟି ଅଞ୍ଚଳପାଇଁ ରଘୁନାଥ ମହାରଣା ଓ ଲୋକନାଥ ମହାରଣା, ନରସିଂହ ମହାରଣା ପ୍ରତିନିଧି ଚୟନ ହୋଇଥିଲେ । ଗରୀବ ବଢେଇ କାରିଗରକୁ ସରକାରୀ ସହାୟତା ସାଙ୍ଗକୁ ମେଧାବୀ ବଢେଇ ଛାତ୍ରଛାତ୍ରୀଙ୍କୁ କୁଳ ତରଫରୁ ସହଯୋଗକରି ସହାୟତା କରିବାକୁ ଦୁର୍ଗା ମାଧବ ମହାରଣା ଅନୁରୋଧ କରିଥିଲେ ।

ବାବୁ ମହାରଣା, ବିଜୟ ମହାରଣା, ହରିବଂଧୁ ମହାରଣା, ଲଳିତ ମହାରଣା କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ଶିବ ମହାରଣା, ଗୌରାଙ୍ଗ ମହାରଣା, ଚିତ୍ତରଞ୍ଜନ ମହାରଣା, ସଦାନନ୍ଦ ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତା ନଭେମ୍ବର ମାସରେ ଗୌଞ୍ଜୁବଂଶର ୬୦୦ପରିବାରଙ୍କୁ ନେଇ ମହାସଭା କରିବାକୁ ସ୍ଥିର କରାଗଲା । ଏହି ସଭାରେ ଅବସରପ୍ରାପ୍ତ ଇଂଜିନିୟର କୋରା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.