ପଣ୍ଡିତ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଜୟନ୍ତୀରେ ରକ୍ତଦାନ ଶିବିର

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପଣ୍ଡିତ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ନେହେରୁ ଯୁବକେନ୍ଦ୍ର, ପୁରୀ, ସମର୍ପଣ, ପୁରୀ, ଓ ଭାରତୀୟ ରେଡ଼କ୍ରସ ସୋସାଇଟି, ପୁରୀ ଶାଖା ମିଳିତ ସହଯୋଗରେ ବ୍ଲଡ ବ୍ୟାଙ୍କ, ପୁରୀଠାରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ପ୍ରାକ୍ତନ ବରିଷ୍ଟ ଅଧ୍ୟାପକ, ସାହା କଲେଜ ପୁରୀ । ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ସମର୍ପଣ, ପୁରୀର ମୁଖ୍ୟ ଶ୍ରୀମତୀ ଜୟନ୍ତୀ ମହାପାତ୍ର ଓ ଶିବ ନାରାୟଣ ସେନାପତି । ଡକ୍ଟର. ବିନୟ ଭୂଷଣ ସାହୁ ଭାରତୀୟ ରେଡକ୍ରସ ସୋସାଇଟି ପୁରୀ ତରଫରୁ ଯୋଗ ଦେଇ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ । ନେହେରୁ ଯୁବକେନ୍ଦ୍ର, ପୁରୀ ତରଫରୁ ଶ୍ରୀମତୀ ନିବେଦିତା ସେନାପତି ଓ ଇପ୍ସିତା ଜେନା ରକ୍ତଦାନ କରିଥିଲେ । ବାସୁଦେବ ସେନାପତି, ସତ୍ୟକାମ ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ପଞ୍ଚୁ ପଲେଇ ଏନଯାଇକେ ପୁରୀ ତରଫରୁ ସହଯୋଗ କରିଥିଲେ । ବ୍ଲଡ ବ୍ୟାଙ୍କ ଅଧିକାରୀ ପୁରୀ ଦୀପକ କୁମାର ସାହୁ ଓ ବ୍ଲଡ ବ୍ୟାଙ୍କ, ପୁରୀ ତରଫରୁ ଶ୍ରୀନିବାସ ମହାନ୍ତି, ମାନସୀ ରଥ, ମନୋରଞ୍ଜନ ଭୋଇ, ପ୍ରୀତି ରଞ୍ଜନ ନାୟକ ସହଯୋଗ କରିଥିଲେ । ଜୟ ଶଙ୍କର ଯୋଶୀ, ଜିଲ୍ଲା ସଂଯୋଜକ ଏନଯାଇକେ, ପୁରୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.