lika

ତୁର୍ଲାରେ ବନ ମହୋତ୍ସବ ଓ ବୃକ୍ଷ ରୋପଣ

gbag
  • ଆଜିର ଆହ୍ୱ।ନ ଏକଗଛ ଏକ ସନ୍ତାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ତୁର୍ଲା ଗାଁ ଆଶ୍ରମ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ହରିଶଙ୍କର ବନପାଳ ଅରବିନ୍ଦ ଧରୁଆ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ହରିଶଙ୍କର ବନାଞ୍ଚଳ ଅଧିକାରୀ ଗିରିଧାରୀ ନାଗ, ସମ୍ମାନିତ ଅତିଥି ରୂପେ ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭୁପିନ୍ଦ୍ର ବନଗୁଲା, ରେଙ୍ଗାଲି ବନପାଳ ଘାସିରାମ ଦୀକ୍ଷିତ, ଆମ ଜଙ୍ଗଲ ଯୋଜନା ଟିମ ଲିଡ଼ର ସଂଜୀବ ପଣ୍ଡା, ଆମ ଜଙ୍ଗଲ ଯୋଜନା ଡ଼ିଓ ତହସିଲ ବାଗ, ସମାଜ କର୍ମୀ ଅଭୟ ତ୍ରିପାଠୀ, ଉମାକାନ୍ତ ପଧାନ, ଭୈରବୀ କ୍ଲବ ସଭାପତି ଜ୍ୟୋତି ରଞ୍ଜନ ପଣ୍ଡା ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ଉପରେ ଆଲୋକପାତ କରିବା ସହ ଏକଗଛ ଏକ ସନ୍ତାନ ବୋଲି ଆହ୍ୱ।ନ କରିଥିଲେ । ଏହି ଅବସରରେ ଖେଳ ପଡ଼ିଆ ଚାରି ପାଖ ଏବଂ ବିଦ୍ୟାଳୟ ପରିସରେ ଶତାଧିକ ଚାରା ରୋପଣ କରାଯାଇଥିଲା । ଏହି ଅବସରରେ ବନରକ୍ଷୀ ମହେନ୍ଦ୍ର କାଲସାଏ, ପଦ୍ମା ମୁଣ୍ଡା, ରାଜେନ୍ଦ୍ର ଧରୁଆ, ମିଥୁନ ମିର୍ଧା, ଶିକ୍ଷକ ଦୟା ସାଗର ମର୍ହି, ଲଛମନ କାଲସାଏ, ହୃଷିକେଶ ମେହେର, ଆଶିଷ ପାଣିଗ୍ରାହୀ, ପପୁ ଭୁଏ, ଓଁକାର ଭୋଇ, ପ୍ରଶାନ୍ତ ମେହେର, ନିରୋଜ ବରିହା ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଭାନପୁର ହାଇସ୍କୁଲ ଓ କେନ୍ଦୁଭଟା ପ୍ରାଥମିକ ବିଦ୍ୟାଳୟଠାରେ ବୃକ୍ଷ ରୋପଣ କରାଯାଇଥିଲା ।

sandip
Leave A Reply

Your email address will not be published.