jsm

ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେଙ୍ଗଳରେ ବନ ମହୋତ୍ସବ ଅନୁଷ୍ଠିତ

csstore

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ରେଙ୍ଗଳ ଗ୍ରାମ ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେଙ୍ଗଳରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ବନ ମହୋତ୍ସବ ଉପଲକ୍ଷେ ଏକ ସଭା ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଡେଲାଙ୍ଗ ମଣ୍ଡଳର ସଭାପତି ମିଟୁ କିଶୋର ପ୍ରଧାନ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ମଣ୍ଡଳ ସହ ଶିକ୍ଷାଧିକାରୀ ଯୁଧିଷ୍ଠିର ପରିଡା ଓ ମୁଖ୍ୟ ବକ୍ତା ଭାବେ ଫରେଷ୍ଟର ପୂର୍ଣ୍ଣ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ମଙ୍ଗୁଳି ପରିଡ଼ା, ଶିକ୍ଷୟିତ୍ରୀ ମଞୁଲତା ବେହେରା, ସଞ୍ଜୁକ୍ତା ଦାଶ, ସର୍ମିଳା ପ୍ରଧାନ, ବାସନ୍ତୀ ଜାଙ୍କା, ଲକ୍ଷ୍ମୀ ହୋ, ପ୍ରୀୟଙ୍କା ମୁଣ୍ଡା ମାଝୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମନୋରଞ୍ଜନ ମହାରଣା ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ଧାଡୁବନ୍ଧୁ ଲେଙ୍କା, ଉପସଭାପତି ଲକ୍ଷ୍ମୀପ୍ରିୟା ସୁନ୍ଦରାୟ, ସଭ୍ୟା କନକ ମାଣିଆ ସିଲିପୋ ସାହୁ, ସଭ୍ୟ କାହ୍ନୁଚରଣ ବାରିକ, ଶ୍ରୀନିବାସ ପଟ୍ଟନାୟକ, ସୁକାନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ବକ୍ତାମାନେ ବିଶ୍ଵ ତାପାୟନ ଉପରେ ଆଲୋଚନା କରିବା ସହିତ ଗଛ ଲଗାଇବାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ସର୍ବ ଶେଷର ମଙ୍ଗୁଳି ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ପରିବେଶ କର୍ମି ମିଟୁ କିଶୋର ପ୍ରଧାନ ପାଞ୍ଚଟି ନଡ଼ିଆ ଚାରା, ତିନୋଟି ଗୁଆ ଚାରା ଗୋଟିଏ, ବଉଳ ଚାରା ଓ ଗୋଟିଏ ପଣସ ଚାରା ଦେଇଥିଲେ। । ବନ ବିଭାଗରୁ ମଧ୍ୟ କିଛି ଗଛ ଆସିଥିଲା । ସବୁ ଗଛକୁ ବିଦ୍ୟାଳୟ ପ୍ରାଙ୍ଗଣରେ ରୋପଣ କରାଯାଇଥିଲା ।

yuvodaya
Leave A Reply

Your email address will not be published.