ପାର୍ବତ୍ୟ ଅଞ୍ଚଳକୁ ଗସ୍ତ କଲେ ବ୍ଲକ ଅଧ୍ୟକ୍ଷା ଓ ବ୍ଲକ ପ୍ରଶାସନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ରାଣୀମୁଣ୍ଡା ଗ୍ରାମ ପଂଚାୟତର ସମାଡ଼ପଦର ଗ୍ରାମଟି ସମୁଦ୍ର ପତ୍ତନରୁ ଏକ ହଜାର ଫୁଟରେ ଅବସ୍ଥିତ ଅଟେ । ଗ୍ରାମବାସୀଙ୍କୁ ମୌଳିକ ସେବା ପ୍ରଦାନ ସହ ତାଙ୍କ ମୁହଁରେ ତାଙ୍କ ସମସ୍ୟା ଶୁଣି, ତାର ସମାଧାନର ବାଟ ଫିଟାଇବା ନେଇ ବ୍ଲକ ପ୍ରଶାସନ ଉପରୋକ୍ତ ଗ୍ରାମକୁ ପରିଦର୍ଶନ କରିଥିଲେ । ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ ଚାଲି ଚାଲି ପାର୍ବତ୍ୟ ଅଞ୍ଚଳ ସମାଡ଼ପଦରକୁ ଯାଇଥିଲେ । ଖଡ଼ିଆଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ସାହୁ, ଖଡ଼ିଆଳ ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ବିଭାଗୀ ଯନ୍ତ୍ରୀ ପ୍ରଶାନ୍ତ ସାହୁ, ପଂଚାୟତ ନିର୍ବାହୀ ଅଧିକାରୀ ଭୀଷ୍ମରାଜ ମେହେର, ଯୋଗ ଦେଇଥିଲେ । ଗ୍ରାମବାସୀମାନେ ଉପସ୍ଥିତ ରହି ନିଜ ସମସ୍ୟା ଉପରେ ଆଲୋକପାତ କରିଥିଲେ । ଆଗାମୀ ଦିନରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ବିଧାୟକଙ୍କ ସହଯୋଗରେ ଗାଁକୁ ଯାନବାହାନ ଚଳାଚଳ ହେଉଅଛି । ପାନୀୟ ଜଳ ସମସ୍ୟା, ସଡ଼କ ଉନ୍ନତିକରଣ, ସଡ଼କ ପାର୍ଶ୍ଵରେ ଡ୍ରେନ ନିର୍ମାଣ କରିବା ପାଇଁ ଦାବୀ କରିଥିଲେ ଓ ଏହି ଗ୍ରାମରେ ଥିବା ମିଶନ ଶକ୍ତି ଗୃହ ମଧ୍ୟ ପରିଦର୍ଶନ କରିଥିଲେ ।

Leave A Reply

Your email address will not be published.