ବୋଡ଼େନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବୋଡ଼େନ ପଞ୍ଚାୟତ ସମିତି ସଭା ଗୃହଠାରେ ବୋଡ଼େନ ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ବେହେରାଙ୍କୁ ବିଇଓ କାର୍ଯ୍ୟାଳୟ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ବୋଡ଼େନ ତହସିଲଦାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ବୋଡ଼େନ ସିଆର୍‌ସିସି ସଂଘର ସଭାପତି ତଥା ସିଆର୍‌ଏଲ୍‌ଏଲ୍‌ଟି ସିଆର୍‌ସିସି ବୈଷ୍ଣବ ଦୁରିଆ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ । ଉକ୍ତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଡ଼ିଓ ପୂର୍ଣ୍ଣଚନ୍ଦ୍ର ଭୋଇ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ବୋଡ଼େନ ବିଜୁ ପଟ୍ଟନାୟକ ମହା ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ରବି ରଞ୍ଜନ ପ୍ରଧାନ ମଞ୍ଚାସୀନ ଥିଲେ ।

ସମ୍ମାନିତ ଅତିଥି ଭାବରେ ଏବିଓ ପ୍ରେମାନନ୍ଦ ନାଏକ, ଏବିଓ କ୍ଷେମରାଜ୍ ମହାପାତ୍ର, ଏବିଓ ଦିଲ୍ଲୀପ କୁମାର ଦାସ ପ୍ରମୁଖ ସଭାରେ ଯୋଗ ଦେଇଥିଲେ । ମଞ୍ଚାସୀନ ଅତିଥିମାନଙ୍କ ଦ୍ଵାରା ଅବସର ଗ୍ରହଣ ନେଇଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ସରୋଜ କୁମାର ବେହେରାଙ୍କୁ ଦ୍ୱିଜ ଭାବର ସମ୍ବୋଧନ କରି ତାଙ୍କ ଶିକ୍ଷକତା ଜୀବନର ଆରମ୍ଭ ଠୁ ଶିକ୍ଷା ଅଧିକାରୀ ପର୍ଯ୍ୟନ୍ତ, ନିର୍ଭିକ, ନିଚ୍ଛଲ, ନିଷ୍କଳଙ୍କ, ଅନୁଭୂତି ସମ୍ପର୍ଣ୍ଣ ଦାୟିତ୍ୱ ତୁଲାଇଥିବା ତଥା ସହକର୍ମୀମାନଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରି ସୁକାର୍ଯ୍ୟ ତୁଲାଇଥିବା ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ ଓ ତାଙ୍କ ଅନୁଭୂତିର ସ୍ମୃତିଚାରଣ କରିଥିଲେ ।

ଶ୍ରୀ ବେହେରା ସେ ତାଙ୍କ ୨୨ବର୍ଷ ବୟସରୁ ଶିକ୍ଷା ବିଭାଗରେ ଯୋଗଦାନ କରି ୩୮ବର୍ଷ ଶିକ୍ଷା ବିଭାଗରେ ନିଷ୍ଠାପର ଶିକ୍ଷା, ସେବା ଓ ତାଙ୍କ ଅବଦାନ ଶିକ୍ଷା ବିଭାଗ ପାଇଁ ଚିର ସ୍ମରଣୀୟ ହୋଇ ରହିବ ବୋଲି ଏବିଓ ପ୍ରେମାନନ୍ଦ ନାଏକ ମତ ରଖିଥିବା ବେଳେ ସିଆର୍‌ସିସି କରଙ୍ଗାମାଲ ଜିତେନ୍ଦ୍ର କୁମାର ହଂସ ମାନପତ୍ର ପଠନ କରିଥିଲେ । ଏହି ଅବସରରେ ଶ୍ରୀ ବେହେରାଙ୍କୁ ମୁଖ୍ୟ ଅତିଥି ପୂର୍ଣ୍ଣଚନ୍ଦ୍ର ଭୋଇଙ୍କ ଦ୍ଵାରା ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ବୋଡ଼େନ ଗୋଷ୍ଠୀ ଶିକ୍ଷା ଅଧିନସ୍ଥ ସମସ୍ତ ସିଆର୍‌ସିସି, ପ୍ରଧାନ ଶିକ୍ଷକ, ସହ ଶିକ୍ଷକ ଶିକ୍ଷୟତ୍ରୀ, ଶ୍ରୀ ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ନିଜ ଜନ୍ମ ମାଟି, ନିଜସ୍ଵ ଗାଁରେ ମଧ୍ୟ ନିଜ ପରିବାର ତଥା ଗ୍ରାମବାସୀଙ୍କ ଦ୍ଵାରା ବହୁ ଧୁମ୍‌ଧାମ୍‌ରେ ଶ୍ରୀ ବେହେରାଙ୍କୁ ପୁଷ୍ପ ମାଲ୍ୟ ଓ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ସିଆର୍‌ସିସି ସୁନମୁଦୀ ମିନିକେତନ୍ ନିଆଲ ସ୍ୱ ଲିଖିତ କବିତା ଆବୃତ୍ତି କରିଥିଲେ ଓ ଶେଷରେ ରିଖିରାମ ଜଗତ, ଉମାକାନ୍ତ ବାଗ, ପିତାମ୍ବର ଦୀପଙ୍କ ସହ ଭୂପତି ଦୂରିଆ ଅବସରକାଳୀନ ସମ୍ବର୍ଦ୍ଧନା ସଙ୍ଗୀତ ପରିବେଷଣ କରିଥିଲେ ।

Leave A Reply

Your email address will not be published.